ପୁରୀ: ରଥଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ସ୍ୱତ୍ୱଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ, ଖେଇକୁ ନେଇ ବିବାଦ ଦେଖାଦେଇଛି । ଯାହାଫଳରେ ରଥଖଳାରେ କାମ ବନ୍ଦ ରହିଛି । ରଥ ଖଳାରେ ରଥ ନିର୍ମାଣ ବନ୍ଦ କଲେ ରଥ ବିଶ୍ୱକର୍ମା ମହାରଣା । ସ୍ୱତ୍ୱଲିପି ଆଧାରରେ ମହାରଣାଙ୍କ ଖେଇକୁ ନେଇ ହୋଇଛି ବିବାଦ । ଚିରଟ କାଠ, ଖେଇକୁ ନେଇ ବିବାଦ ଦେଖାଦେଇଛି । ପ୍ରତ୍ୟେକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଉପସ୍ଥାନ ଦେଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରନ୍ତି ମହାରଣା ଓ ଅନ୍ୟ ସେବକ । ଆଜି ୫ ୮ ଦିନରେ କାର୍ଯ୍ୟ ଏଯାଏଁ ଆରମ୍ଭ ହୋଇନାହିଁ । ଜିଦରେ ରହିଛନ୍ତି ତିନି ରଥର ମୁଖ୍ୟ ମହାରଣା । ତେବେ ସମାଧାନ ନ ହେବା ଯାଏଁ କାମ ଆରମ୍ଭ ନକରିବାକୁ ଚେତାବନୀ ଦେଇଛନ୍ତି । ମହାରଣାଙ୍କ କହିବା ମୁତାବକ ସ୍ୱତ୍ୱଲିପି ଅନୁଯାୟୀ ସେମାନେ ୪ ଫୁଟରୁ କମ ବଳକା କାଠ ସେମାନେ ଖେଇ ବା ପ୍ରାପ୍ୟ ହିସାବରେ ନେଇଥାନ୍ତି । କିନ୍ତୁ ଚିରଟ କାଠରେ ଯେ, କୌଣସି ମାପ ବଳକା କାଠକୁ ନେଇଥାନ୍ତି ମହାରଣା । ତେବେ ଏହା ନନେବାକୁ ବାରଣ କରି ଶ୍ରୀମନ୍ଦିର ପ୍ରଶାସନ ନୋଟିସ ଜାରି କରିବା ପରେ ଦେଖାଦେଇଛି ବିବାଦ ।










