33.7 C
Bhubaneswar
Tuesday, June 16, 2026
Homeଓଡିଶାମହେନ୍ଦ୍ରତନୟା ନଦୀରେ ବୁଡ଼ି ଯୁବକ ମୃତ

ମହେନ୍ଦ୍ରତନୟା ନଦୀରେ ବୁଡ଼ି ଯୁବକ ମୃତ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ କେରାଣ୍ଡି ଗ୍ରାମ ନିକଟରେ ମହେନ୍ଦ୍ରତନୟା ନଦୀରେ ବୁଡି ଜଣକର ମୃତ୍ୟୁ ଘଟିଛି।ସୂଚନାନୁସାରେ, କେରାଣ୍ଡି ଗାଁର ସୁବାସ ବରାଡ ଆଜି (ମଙ୍ଗଳବାର) ମଧ୍ୟାହ୍ନ ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ।  ନଦୀ ମଝି ଗଣ୍ଡରେ ପଡ଼ି ଆଉ ବର୍ତ୍ତି ପାରିନଥିଲେ। ସେଠାରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିଲା।  ସେଠାରେ ଥିବା କେତେକ ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସୂଚନା ପାଇ ଦମକଳ ବାହିନୀ ପହଞ୍ଚି ସୁବାସଙ୍କ ଅଚେତ ଶରୀରକୁ ଉଦ୍ଧାର କରିଥିଲେ। ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking