କେନ୍ଦ୍ରାପଡା : ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବବ୍ୟହାର ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାରେ ମହାକାଳପଡ଼ା ପୁଲିସ୍ ଯାହାକୁ ଗିରଫ କରିଛି, ତାଙ୍କ ନାମ ଏଫ୍ଆଇଆର୍ରେ ନଥିଲା ବୋଲି ଦାବି କରିଛନ୍ତି ଚାମେଲି ଓଝା ।ପୁଲିସ ନିର୍ଦ୍ଦୋଷଙ୍କୁ ଛାଡ଼ି ଯେଉଁମାନେ ମୁଖ୍ୟ ଅଭିଯୁକ୍ତି ସେମାନଙ୍କୁ ଗରିଫ କରିବାକୁ ଚାମେଲି ଦାବି କରିଛନ୍ତି। ଏବେ ବି ଚାମେଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ମେଡିକାଲ୍ରେ ଯାଇ ଭେଟିଛନ୍ତି ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ। ଶୀଘ୍ର ଚାମେଲିଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ସେପଟେ ଚାମେଲି ଓ ତାଙ୍କର ଭାଇଙ୍କ ନିକଟରୁ ଜବତ ମୋବାଇଲ ଫୋନ ତାଙ୍କ ବାପାଙ୍କୁ ହସ୍ତାନ୍ତର କରିଛି ପୁଲିସ।










