30 C
Bhubaneswar
Monday, June 15, 2026
Homeଓଡିଶାରାଜ୍ୟରେ ଚାଲିଥିବା ଏସଆଇଆର ରେ ୯୯ .୧୪ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ

ରାଜ୍ୟରେ ଚାଲିଥିବା ଏସଆଇଆର ରେ ୯୯ .୧୪ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ

ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ  ପ୍ରକ୍ରିୟା ଏବେ ତ୍ୱରିତ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ୯୯.୧୪ପ୍ରତିଶତ ରେ  ପହଞ୍ଚିଛି। ସେହିପରି ଏବେ ସୁଦ୍ଧା  ଡିଜିଟାଇଜେସନ୪୨ .୮୬ପ୍ରତିଶତ ଅର୍ଥାତ ୧କୋଟି  ୪୩ଲକ୍ଷ ୧୬ହଜାର ୨୯ ଭୋଟଙ୍କର ଡିଜିଟାଇଜେସନ କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସ୍ଵଚ୍ଛ, ସଠିକ୍ ଓ ବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ସ୍ତରରେ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଏହାର ଡିଜିଟାଇଜେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

​ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା  ରିପୋର୍ଟ ଅନୁଯାୟୀ, ଜୁନ ୧୫ ସନ୍ଧ୍ୟା ୬ଟା ସୁଦ୍ଧା ରାଜ୍ୟରେ ଭୋଟର ସଂଶୋଧନ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା ମିଳିଛି।ଆଜି  ସୁଦ୍ଧା୯୯.୧୪ ପ୍ରତିଶତ ଫର୍ମ ବଣ୍ଟନ ଅର୍ଥାତ ୩ କୋଟି ୩୧ ଲକ୍ଷ ୧୩ହଜାର ୧୮୪ ଜଣ ଭୋଟର ଙ୍କ ପାଖରେ ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ପ୍ରାୟ ୯୯% ଭୋଟରଙ୍କ ପାଖରେ ଫର୍ମ ପହଞ୍ଚି ସାରିଥିବାରୁ ଏବେ ପ୍ରଶାସନର ସମ୍ପୂର୍ଣ୍ଣ ଫୋକସ୍ ଡିଜିଟାଇଜେସନ ଉପରେ ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ହାରାହାରି ୪୨.୮୬% ଡିଜିଟାଇଜେସନ ହୋଇଥିବାରୁ, ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରାଯିବ।

​ଏହି ଡିଜିଟାଇଜେସନ ପ୍ରକ୍ରିୟା ଶେଷ ହେବା ପରେ, ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ଓ ହୋଇଥିବା ଭୋଟରଙ୍କ ନାମ ବାଦ୍ ଦିଆଯିବ ଏହାପରେ ଏକ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି କାର୍ଯ୍ୟରେ ନିୟୋଜିତ ଥିବା ବୁଥ୍ ସ୍ତରୀୟ ଅଧିକାରୀ  ମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୮ ଜୁନ ୨୦୨୬ ତାରିଖ ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ, ସଂଗ୍ରହ ଏବଂ ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ଥାନୀୟ ଅଞ୍ଚଳରେ ଘରକୁ ଘର ବୁଲି କାର୍ଯ୍ୟ କରୁଥିବା ବି ଏଲ ଓ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସମୟସୀମା ପୂର୍ବରୁ ଫର୍ମ ଦାଖଲ କରିବା ପାଇଁ ସମସ୍ତ ଭୋଟରଙ୍କୁ ଅନୁରୋଧ କରାଯାଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ପରିଗଣନା ଫର୍ମ ଦାଖଲ ନକଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସମ୍ପର୍କରେ ନିୟମାନୁସାରେ ଯାଞ୍ଚ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ। ସେଥିପାଇଁ ସମସ୍ତ ଯୋଗ୍ୟ ଭୋଟରଙ୍କୁ ନିଜର ପରିଗଣନା ଫର୍ମ ଶୀଘ୍ର ଦାଖଲ କରିବାକୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking