39 C
Bhubaneswar
Sunday, June 14, 2026
Homeଓଡିଶାତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ତୀର୍ଥଯାତ୍ରୀ ବସ ଦୁର୍ଘଟଣା, ଜଣେ ମୃତ

ସୋର : ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିଲାବେଳେ ଜଣଙ୍କର ମୃତ୍ୟୁ ଘଟିଛି । ବାଲେଶ୍ଵର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ଟ୍ରକ ସହ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଘଟିଛି । ସୂଚନାନୁଯାୟୀ, ତାମିଲନାଡୁରୁ ଏକ ତୀର୍ଥଯାତ୍ରୀ ବସ ୫୦ରୁ ଅଧିକ ଲୋକଙ୍କ ନେଇ ବାହାରିଥିଲା । ଆଜି ସକାଳେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଦୁ ଆଦିରୁପା ପେଟ୍ରୋଲ ପମ୍ପ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା। ବସରେ ଥିବା ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking