37.4 C
Bhubaneswar
Saturday, June 13, 2026
Homeଓଡିଶାବିଳମ୍ବିତ ରାତିରେ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର

ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ : ଜଳିଗଲା ୪ ବଖରା ଘର

ଭୁବନେଶ୍ୱର:  ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଦେଉଳିଧରପୁର କାଣ୍ଡି ସାହି ଗ୍ରାମରେ ଅଗ୍ନିକାଣ୍ତ ଘଟି ୨ ଜଣଙ୍କ ୪ ବଖରା ଘର ଏବଂ ବହୁ ମୂଲ୍ୟବାନ ସମ୍ପତ୍ତି ପୋଡି ପାଉଁଶ ହୋଇ ଯାଇଛି | ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଥିଲା | ସେତେବେଳକୁ ରେ ଅନେକ କ୍ଷୟକ୍ଷତି ହୋଇସାରିଥିଲା।ସୂଚନା ଅନୁସାରେ ରାତି ପ୍ରାୟ ସାଢେ ଗୋଟେରେ ଏହି ଗ୍ରାମର ବିପନ ଭଞ୍ଜଙ୍କ ଘରେ ନିଆଁ ଲାଗିଥିଲା |  ପରିବାର ଲୋକେ ଶୋଇଥିବା ଅବସ୍ଥାରେ ନିଆଁ ଲାଗି ବ୍ୟପି ଯାଇଥିଲା | ନିଆଁ ତାତି ଅନୁଭବ ହେବାରୁ ବିପିନଙ୍କ ଘର ଲୋକେ ଉଠି ପଡିଥିଲେ | ସେତେବେଳକୁ ନିଆଁ ଉଗ୍ର ରୂପ ଧାରଣ କରି ସାରିଥିଲା | ବିପିନଙ୍କ ଘର ପରେ ପଡ଼ୋଶୀ ବିଶ୍ୱନାଥ କାଣ୍ଡିଙ୍କ ଘରକୁ ନିଆଁ ବ୍ୟାପି ଯାଇଥିଲା |

ହୋହାଲ୍ଲା ଶୁଣି ନିଆଁ ଗ୍ରାମବାସୀ ଏବଂ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ | ନିଆଁ ଲିଭାଇବାରେ ସାହାଯ୍ୟ କରିବା ସହିତ ୧୦୧କୁ କଲ୍ କରିଥିଲେ | ନିଆଳି ଅଗ୍ନିଶମ ବିଭାଗ ଗାଡି ପହଞ୍ଚିବା ପୂର୍ବରୁ ବିପିନଙ୍କ ୩ ବଖରା ଘର ଚାଳ ଘର , ନଗଦ ପ୍ରାୟ ୬ ହଜାର ଟଙ୍କା , ଧାନ. ଚାଉଳ ବହୁ ଆସବାବପତ୍ର , ଲୁଗାପଟା , ଜରୁରୀ କାଗଜପତ୍ର ସବୁ ପୋଡି ପାଉଁଶ ହୋଇ ଯାଇଥିଛି | ବିଶ୍ୱନାଥ କାଣ୍ଡିଙ୍କର ୫ ବସ୍ତା ଧାନ ମଧ୍ୟ ପୋଡି ପାଉଁଶ ହୋଇଯାଇଛି | ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଲୋକେ ଅନୁମାନ କରିଛନ୍ତି | ସ୍ଥାନୀୟ ଅଞ୍ଚଳର ସମାଜସେବୀ ବିଭୂତି ଭୂଷଣ ପାତ୍ର ଓ ତ୍ରିଲୋଚନ ଜେନା ଶୋକ ସନ୍ତପ୍ତ ପରିବାରଙ୍କ ପାଖରେ ପହଞ୍ଚି ଆଶ୍ୱାସନା ଦେବା ସହିତ ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking