32.1 C
Bhubaneswar
Friday, June 12, 2026
Homeଦେଶ ବିଦେଶଲକ୍ଷ୍ନୌ-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ

ଲକ୍ଷ୍ନୌ-ଦିଲ୍ଲୀ ଇଣ୍ଡିଗୋ ବିମାନକୁ ବୋମା ଧମକ

ଲକ୍ଷ୍ନୌ: ପ୍ରାୟ ୧୮୦ ଜଣ ଯାତ୍ରୀଙ୍କୁ ନେଇ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଶୁକ୍ରବାର ଏକ ସାଂଘାତିକ ଗୁଜବ ସାମ୍ନାକୁ ଆସିଛି। ବିମାନର ଶୌଚାଳୟ ଭିତରେ ଥିବା ଏକ ଟିସୁ ପେପରରେ “ବମ୍” ଲେଖାଯାଇଥିବା ଦେଖିବାକୁ ମିଳିଥିଲା, ଯାହା ପରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ହାଇ-ଆଲର୍ଟ କରାଯାଇଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକର କଡ଼ା ଯାଞ୍ଚ ପରେ ଏହି ଧମକ ସମ୍ପୂର୍ଣ୍ଣ ମିଥ୍ୟା ଓ ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।ସୂଚନା ଅନୁଯାୟୀ, ବିମାନଟି ସକାଳ ୧୦:୪୫ ମିନିଟରେ ଲକ୍ଷ୍ନୌରୁ ଉଡ଼ାଣ ଭରିବାର ଥିଲା, କିନ୍ତୁ ଯାତ୍ରା ଆରମ୍ଭ ହେବାର ଠିକ୍ ପୂର୍ବରୁ ବିମାନ କର୍ମଚାରୀଙ୍କୁ ଏହି ସୂଚନା ମିଳିଥିଲା। ବିମାନକୁ ରନୱେ ଆଡ଼କୁ ନିଆଯିବା ପରିବର୍ତ୍ତେ ତୁରନ୍ତ ଆପ୍ରନରେ ଅଟକାଇ ରଖାଯାଇଥିଲା। ସୁରକ୍ଷା କର୍ମୀ ଓ ବୋମା ଚିହ୍ନଟକାରୀ ଦଳ ବିମାନର ସମସ୍ତ ଅଂଶକୁ ସମ୍ପୂର୍ଣ୍ଣ ଭାବେ ସର୍ଚ୍ଚ କରିଥିଲେ ମଧ୍ୟ କୌଣସି ବିସ୍ଫୋରକ କିମ୍ବା ସନ୍ଦେହଜନକ ସାମଗ୍ରୀ ପାଇନଥିଲେ। ତେବେ ଏହି ବାଧ୍ୟତାମୂଳକ ସୁରକ୍ଷା ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ ଯେ, ଗତମାସରେ ମଧ୍ୟ ଡିବ୍ରୁଗଡ଼ରୁ କୋଲକାତା ଯାଉଥିବା ଏକ ବିମାନରେ ଲିପଷ୍ଟିକରେ ବୋମା ଧମକ ଲେଖାଯିବା ଯୋଗୁଁ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଭାରତୀୟ ଆଇନ ଅନୁଯାୟୀ ବିମାନକୁ ଏଭଳି ମିଥ୍ୟା ବୋମା ଧମକ ଦେବା ଏକ ଗମ୍ଭୀର ଅପରାଧ ଏବଂ ଏହି ଘଟଣାରେ ପୋଲିସ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking