37.8 C
Bhubaneswar
Friday, June 12, 2026
Homeଓଡିଶାକମିସନ ରିପୋର୍ଟ ହଜିବା ପ୍ରସଙ୍ଗ: ବିଜେପିକୁ ବିଜେଡିର କଡ଼ା ଜବାବ

କମିସନ ରିପୋର୍ଟ ହଜିବା ପ୍ରସଙ୍ଗ: ବିଜେପିକୁ ବିଜେଡିର କଡ଼ା ଜବାବ

ଭୁବନେଶ୍ୱର: ରାଜ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିସନ ରିପୋର୍ଟ ହଜିବା ପ୍ରସଙ୍ଗକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ବାଦବିବାଦ ତୀବ୍ର ହେବାରେ ଲାଗିଛି । ବିଜେପିର ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଆଜି(ଶୁକ୍ରବାର) ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଜେପି ନିଜେ ଫାଇଲ୍ ନ ଖୋଜି କେବଳ ରାଜନୈତିକ ଡ୍ରାମା କରୁଛି। ଗତକାଲି ବିଜେପି ନେତାମାନେ ପ୍ରେସ୍‌ମିଟ୍‌ କରି କେବଳ ମନଗଢ଼ା କଥା ଗପିଛନ୍ତି ବୋଲି ସେ କଟାକ୍ଷ କରିଛନ୍ତି ।

ଲେଲିନ ମହାନ୍ତି ସରକାରଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, “ଏଠି ସବୁଠାରୁ ବିଚିତ୍ର କଥା ହେଉଛି ଫାଇଲ୍ ହଜିବା ପ୍ରସଙ୍ଗ ଗୃହ ମନ୍ତ୍ରାଳୟ ଜାଣିବା ଆଗରୁ ଆଇନ ମନ୍ତ୍ରାଳୟ କେମିତି ଆଗ ଜାଣିପାରିଲା ?” ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୌଣସି ବି କମିସନ ରିପୋର୍ଟର ଦୁଇରୁ ତିନୋଟି କପି ପ୍ରସ୍ତୁତ କରାଯାଇଥାଏ । ୨୦୧୦ ମସିହା ପରଠାରୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌କୁ ଓଶ୍ୱାସ (OSWAS) ପୋର୍ଟାଲ୍‌କୁ ପଠାଯାଇଛି, ତେଣୁ ଏହାର ଡିଜିଟାଲ୍‌ ବା ସଫ୍ଟ କପି ସରକାରଙ୍କ ପାଖରେ ସୁରକ୍ଷିତ ଥିବ ନିଶ୍ଚିତ ।ବିଜେପିକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ, ଯଦି ସରକାରଙ୍କ ପାଖରେ ଏ ସମ୍ପର୍କିତ କୌଣସି ଚିଠି କିମ୍ବା ପ୍ରମାଣ ଅଛି, ତେବେ ତାକୁ ତୁରନ୍ତ ସାର୍ବଜନୀନ କରାଯାଉ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking