27.8 C
Bhubaneswar
Thursday, June 11, 2026
Homeଓଡିଶାରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ

ରଜ ଅବସରରେ ମିଶନ ଶକ୍ତି ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁଭଦ୍ରା ଶକ୍ତି ବଜାରରେ ସ୍ୱତନ୍ତ୍ର ରିହାତି

ଭୁବନେଶ୍ୱର: ରଜ ପର୍ବ ଅବସରରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ମହିଳା ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ‘ପିଠା on Wheels’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଆଜି ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ରଜ ଉପଲକ୍ଷେ ୬ଟି ସ୍ଵତନ୍ତ୍ର ଗାଡ଼ି – ‘ପିଠା on Wheels’ର ଶୁଭାରମ୍ଭ କରିଥିଲେ। ରଜ ପର୍ବ ଉପଲକ୍ଷେ ଏହି ଗାଡ଼ି ଗୁଡ଼ିକ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ଓଡ଼ିଶାର ପାରମ୍ପରିକ ପିଠା ସହିତ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଆରିସା, କାକରା, ମଣ୍ଡା, ଚକୁଳି, ପୋଡ଼ ପିଠା ଆଦି ପାରମ୍ପରିକ ପିଠା ସହିତ ଦହିବରା, ବରା ଓ ଆଳୁଚପ୍ ଭଳି ବିଭିନ୍ନ ଜଳଖିଆ ସାମଗ୍ରୀ ପ୍ରସ୍ତୁତ ଓ ବିକ୍ରୟ କରିବେ। ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର-ପ୍ରସାର ସହିତ ଯୁବପିଢ଼ିଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି।

ଏଥିସହିତ, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ପାଇଁ ବଜାର ସଂଯୋଗ ସୁଦୃଢ଼ ହେବା ସହ ସେମାନଙ୍କ ଆୟବୃଦ୍ଧି ଓ ଉଦ୍ୟୋଗ ବିକାଶରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି। ରଜ ଉତ୍ସବର ଆନନ୍ଦକୁ ଦ୍ଵିଗୁଣିତ କରିବା ପାଇଁ ଜୁନ୍ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଏସ୍.ଆଇ.ଆର୍.ଡି. ପରିସରସ୍ଥିତ ସୁଭଦ୍ରା ଶକ୍ତି ବଜାରରେ ହସ୍ତତନ୍ତ ସାମଗ୍ରୀ ଉପରେ ୨୦+୧୦ % ସ୍ୱତନ୍ତ୍ର ରିହାତି ରହିଛି। ଏଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତତନ୍ତ, ହସ୍ତକଳା, ମିଲେଟ୍ ଓ ଜୈବିକ ଉତ୍ପାଦର ବିସ୍ତୃତ ସମ୍ଭାର ଉପଲବ୍ଧ ରହିଛି। ରଜ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଉତ୍ସବମୁଖର କରିବା ନିମନ୍ତେ ସୁଭଦ୍ରା ଶକ୍ତି ବଜାରରେ ୱାର୍ଲ୍ଡ ସ୍କିଲ ସେଣ୍ଟର୍ (world skill centre) ରେ ପ୍ରଶିକ୍ଷଣ ନେଉଥିବା SHG କର୍ମୀମାନଙ୍କ ଦ୍ୱାରା ଲଗା ହୋଇଥିବା ବିଭିନ୍ନ ଷ୍ଟଲ୍ ଯେମିତି ମେହେନ୍ଦି, ହେଆର୍ ଷ୍ଟାଇଲିଙ୍ଗ, ନେଲ୍ ଆର୍ଟ ଆଦି ସହ ଅନ୍ୟାନ୍ୟ କାର୍ଯ୍ଯକ୍ରମ ଯଥା ଦୋଳି, ରଜ ପାନ, ଲାଖ ଚୁଡ଼ିର ଭରପୂର ମଜା ନେଇପାରିବେ। ଏଥିସହିତ ବିଭିନ୍ନ ପ୍ରକାର ପାରମ୍ପରିକ ପିଠାର ସ୍ୱାଦ ଉପଭୋଗ କରିପାରିବେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସହରବାସୀ ଗୋଟିଏ ସ୍ଥାନରେ ରଜ ପରିବେଶର ଅନୁଭୂତି ଲାଭ କରିବା ସହିତ ମହିଳା ମାନେ ସ୍ୱାବଲମ୍ବୀ ହୋଇପାରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking