ଭୁବନେଶ୍ବର: ସୁନା ଦରରେ ହ୍ରାସର ଧାରା ଜାରି ରହିଛି। ଗତକାଲି ୪୦୦୦ ଟଙ୍କାରୁ ଅଧିକ ହ୍ରାସ ପରେ ଗୁରୁବାର ସୁନା ମୂଲ୍ୟ ଆଉ ୨୦୦୦ ଟଙ୍କା କମିଛି। ଅପରାହ୍ନ ୪ଟା ସୁଦ୍ଧା ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦର ୧୯୫୦ ଟଙ୍କା ହ୍ରାସ ପାଇ ୧,୩୩,୫୦୦ ଟଙ୍କା ଥିଲା।ସେହିପରି ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ଦର ୨୧୩୦ ଟଙ୍କା କମ୍ ହୋଇ ୧,୪୫,୬୪୦ ଟଙ୍କା ହୋଇଛି। ତେବେ ରୁପା ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ରୁପା କେଜି ୨,୬୦,୦୦୦ ଟଙ୍କାରେ ସ୍ଥିର ରହିଛି। ଗତକାଲି ସେଥିରେ ୧୦ ହଜାର ଟଙ୍କାର ହ୍ରାସ ଘଟିଥିଲା।










