40.7 C
Bhubaneswar
Wednesday, June 10, 2026
Homeଓଡିଶାଜାତୀୟ ରାଜପଥ-୨୬ରେ ଦୁର୍ଘଟଣା: ୨ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

ଜାତୀୟ ରାଜପଥ-୨୬ରେ ଦୁର୍ଘଟଣା: ୨ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ

କେସିଙ୍ଗା: ଜାତୀୟ ରାଜପଥ-୨୬ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । କେସିଙ୍ଗା ଖଜୁରୀପଡ଼ା ଗାଁ ନିକଟରେ ଏହି ଭୟାବହ ଦୁର୍ଘଟଣା ଘଟି ଦୁଇ ଜଣ ଟ୍ରକ୍ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି । ଅଜଣା ଟ୍ରକର ଧକ୍କାରେ ଉଭୟଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଉଭୟ ଡ୍ରାଇଭର ମଣ୍ଡିରୁ ଧାନ ଆଣି ମିଲକୁ ଆସୁଥିଲେ । ଏହି ସମୟରେ ରାସ୍ତାରେ ପଛପଟୁ ଆସୁଥିବା ଏକ ଅଜଣା ଟ୍ରକ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା ।ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ, ଦୁଇ ଟ୍ରକ ଡ୍ରାଇଭର ସେହି ସ୍ଥାନରେ ହିଁ ଟ୍ରକ ତଳେ ଚାପିଯାଇ ମୃତ୍ୟୁବରଣ କରିଥିଲେ । ଦୁର୍ଘଟଣା ପରେ ସମ୍ପୃକ୍ତ ଅଜଣା ଟ୍ରକ ଘଟଣାସ୍ଥଳରୁ ପଳାଇଯାଇଛି । ସ୍ଥାନୀୟ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ଟ୍ରକକୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚାଲିଛି । ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking