27.8 C
Bhubaneswar
Monday, June 8, 2026
Homeଅପରାଧମାଆ, ଝିଅଙ୍କୁ ବିଭତ୍ସ ହତ୍ୟା

ମାଆ, ଝିଅଙ୍କୁ ବିଭତ୍ସ ହତ୍ୟା

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଖଡିଆପଡ଼ା ଗାଁରେ ମାଆ ଓ ଝିଅଙ୍କୁ ବିଭତ୍ସ ଭାବରେ ହତ୍ୟା କରାଯାଇଛି। ଘର ବାହାରେ ଶୋଇଥିବା ବେଳେ ଜଣେ ଯୁବକ, ମାଆ ଏବଂ ଝିଅଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ହତ୍ୟାକାରୀ ନିଜେ ଫୋନ କରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲା। ପୁଲିସ, ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ସହ ମୃତଦେହକୁ ଜବତ କରି ହତ୍ୟାର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି । ସମ୍ବଲପୁର ଅତିରିକ୍ତ ଏସ୍‌ପି ଶ୍ରୀମନ୍ତ ବାରିକଙ୍କ ସୂଚନା ଅନୁସାରେ ରବିବାର ରାତିରେ ଖଡିଆପଡ଼ା ଗାଁରେ ମାଆ ଉରୁକୁଳି ପାତ୍ର (୬୦) ଓ ଝିଅ ଲିଲିମା ଜୁଉଡ଼ା (୩୫) ଘର ବାହାରେ ଖଟରେ ଶୋଇଥିଲେ। ଆକ୍ରମଣକାରୀ ସେମାନଙ୍କୁ ଏକ ଟାଙ୍ଗିଆ ସାହାଯ୍ୟରେ ଆକ୍ରମଣ କରିଥିଲା। ଆକ୍ରମଣରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ହତ୍ୟା କରିବା ପରେ ଅଭିଯୁକ୍ତ ଅଜୟ ପ୍ରଧାନ ନିଜେ ପୁଲିସକୁ ଘଟଣା ବିଷୟରେ ଫୋନ କରି ଜଣାଇଥିଲା। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିପଚରାଉଚରା କରୁଥିବା ବେଳେ ହତ୍ୟାର କାରଣ ଜଣାପଡ଼ିନାହିଁ। ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିଛନ୍ତି। ଅଭିଯୁକ୍ତ ଏକାକୀ ଏହି କାମ କରିଛି କି ତାଙ୍କର ସହଯୋଗୀ ଅଛନ୍ତି ତାହା ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ମୃତ ଉରୁକୁଳି ପାତ୍ରଙ୍କ ୩ ଝିଅ ଓ ୨ ପୁଅ ଅଛନ୍ତି। ୩ ଝିଅଙ୍କ ବିବାହ ହୋଇ ସାରିଥିବା ବେଳେ ଝିଅ ଲିଲିମା ଜୁଉଡ଼ାଙ୍କ ବିବାହ ବିଚ୍ଛେଦ ପରେ ସେ ବାପଘରେ ରହୁଥିଲେ। ଅନ୍ୟପଟେ ୨ ପୁଅଙ୍କ ମଧ୍ୟରୁ ବଡ଼ ପୁଅ ବିବାହ ହୋଇଥିବା ବେଳେ ବର୍ତ୍ତମାନ ଉରୁକୁଳିଙ୍କ ସହ ତାଙ୍କର ବଡ଼ ପୁଅ, ବୋହୂ, ଝିଅ ଲିଲିମା ଜୁଉଡ଼ା ଓ ସାନ ପୁଅ ରହୁଥିଲେ। ତେବେ ଗତକାଲି ମୃତ ଉରୁକୁଳି ପାତ୍ର ଓ ତାଙ୍କ ଝିଅ ଲିଲିମା ଘରେ ଏକା ଥିଲେ। ଘରର ଅନ୍ୟ ସଦସ୍ୟ ଅନ୍ୟ ଗାଁକୁ ଯାଇଥିଲେ। ଏହି ସମୟରେ ଏହି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି। ପୁଲିସ ଉରୁକୁଳିଙ୍କ ବଡ଼ ପୁଅ, ବୋହୂ ଓ ସାନ ପୁଅଙ୍କୁ ଘରକୁ ଡକାଇ ପଚରାଉଚରା ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking