ଭବାନୀପାଟଣା: ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ବାବୁଆଣୀ। ସରକାରୀ ଯୋଜନାରେ ପିସି କାରବାର କରୁଥିବା ବେଳେ ମାଡ଼ି ବସିଛି ଭିଜିଲାନ୍ସ। ଫାର୍ମ ପଣ୍ଡ ବା ପୋଖରୀ କାମର ବିଲ୍ କରାଇଦେବା ନାଁରେ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାପଡ଼ିଛନ୍ତି ଭିବିଜି-ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା।ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗର ଭିବିଜି-ରମଜି ଆସିଷ୍ଟାଣ୍ଟ ପ୍ରିୟଙ୍କା ଜେନା ଏବେ ଭିଜିଲାନ୍ସ ଜାଲରେ। ଅଭିଯୋଗ ଅନୁଯାୟୀ, ଏକ ଫାର୍ମ ପଣ୍ଡ କାମ ଶେଷ ହେବା ପରେ ତାର ବିଲ୍ କରାଇଦେବା ପରେ ସେ ମୋଟା ଅଙ୍କର ପିସି ଦାବି କରିଥିଲେ। ବିଲ୍ ପାସ୍ କରାଇବା ବଦଳରେ ସେ ଜଣେ ବ୍ୟକ୍ତିଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚନେଉଥିଲେ। ପ୍ରିୟଙ୍କା ଜେନା ୩୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ହିଁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।










