ତାଳଚେର: ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣା ପଡ଼ିଛି lଉଦ୍ଧାର ହୋଇ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣା ପଡ଼ିଛି । ମୃତକଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର ହୋଇଥିବା ଜଣାପଡିଛି । ଆଖଣ୍ଡଳମଣି ମନ୍ଦିର ନିକଟ ତୁଠକୁ ସାତ ଜଣ ସାଙ୍ଗ ଗାଧୋଇବାକୁ ଆସିଥିବା ବେଳେ ଗଭୀର ସ୍ରୋତରେ ତିନି ଜଣ ବୁଡ଼ି ଯାଇଥିଲେ । ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।










