ଭୁବନେଶ୍ୱର: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।ସୂଚନା ଅନୁସାରେ, ପୁରୁଷ ବନ୍ଧୁ ହିଁ ଏଭଳି କାଣ୍ଡ ଭିଆଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପୁରୁଷବନ୍ଧୁ ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କରିଥିବା ନେଇ ତାଙ୍କ ନାଁରେ ଯୁବତୀ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ପରେ ପୁରୁଷ ବନ୍ଧୁ ଫେରାର ରହିଥିବା ବେଳେ ଧଉଳି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇ ପୁରୁଷ ବନ୍ଧୁଙ୍କୁ ଖୋଜୁଛି ପୋଲିସ ।










