ଆଠଗଡ଼: ଚାଷୀଙ୍କ ବିଦ୍ୟୁତ ଖୁଣ୍ଟ ବଦଳାଇବାକୁ ନେଉଥିଲେ ଲାଞ୍ଚ । ନରସିଂହପୁର TPCODL ଲାଇନ୍ ମ୍ୟାନ୍ ଲାଞ୍ଚ ନେବା ବେଳେ ଧରାପଡିଲେ । ଭିଜିଲାନ୍ସ ହାବୁଡ଼ରେ ପଡ଼ିଥିବା ଲାଇନ୍ ମ୍ୟାନ୍ ଜଣଙ୍କ ହେଲେ ଧର୍ମ ନିରଞ୍ଜନ ଚୌଧୁରୀ ।କ୍ଷତିଗ୍ରସ୍ତ ବିଦ୍ୟୁତ ଖୁଣ୍ଟ ବଦଳାଇବା ପାଇଁ ମୋଟ୍ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଲାଇନ୍ ମ୍ୟାନ୍ । ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ TPCODL କର୍ମଚାରୀ ଜଣଙ୍କ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ପୂର୍ବରୁ UPI କାରବାର ମାଧ୍ୟମରେ ୮ ହଜାର ଟଙ୍କା ନେଇଥିଲେ । ନରସିଂହପୁର TPCODL ଅଧୀନରେ ଥିବା ବୈଦ୍ୟୁତିକ ସେକ୍ସନର ଲାଇନ ମ୍ୟାନ-A ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଜଣେ ଚାଷୀଙ୍କ କୃଷି ଜମିରୁ ଏକ କ୍ଷତିଗ୍ରସ୍ତ ବିଦ୍ୟୁତ୍ ଖୁଣ୍ଟ ବଦଳାଇବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଏବଂ ନେଉଥିବା ସମୟରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି ।










