ଭୁବନେଶ୍ବର: ୧୪ ଡିଗ୍ରି କମିଲା ତାପାମାତ୍ରା । ରାଜଧାନୀରେ କାଳବୈଶାଖୀ କମାଇଦେଲା ୧୪ ଡିଗ୍ରି ତାପମାତ୍ରା। ଖସିଲା ପାରଦ କମିଲା ତାତି ଓ ଗୁଳୁଗୁଳି । ୩୮ ଡିଗ୍ରି ତାପମାତ୍ରାରେ ଜଳୁଥିଲା ରାଜଧାନୀ । ହନ୍ତସନ୍ତ ହେଉଥିଲେ ଲୋକେ । ନା ବାହାରକୁ ବାହାରିହେଉଥିଲା ନା ଘରେ ରହୁଥିଲା । ସବୁଠି ଜଳିବା ପରି ପରିସ୍ଥିତି । କିନ୍ତୁ ଅପରାହ୍ଣରେ ଆସିଥିବା କାଳବୈଶାଖୀ ଏକାଥରକେ କମାଇଦେଲା ୧୪ ଡିଗ୍ରି ତାପମାତ୍ରା । ହଠାତ୍ ଘୋଟିଆସିଥି କଳାହାଣ୍ଡିଆ ମେଘରେ ଦିନ ରାତି ହେଲା ଭଳି ଦୃଶ୍ୟମାନ ହୋଇଥିଲା। ରାଜଧାନୀ ଆକାଶରେ ରାତିର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଥିଲା। ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଗଡି, ବଜୁଳି ସାଙ୍ଗକୁ ପବନ ଅନ୍ଧାର କରିଦଲା ରାଜଧାନୀ ଆକାଶକୁ । ତେବେ ସେ ଯାହା ହେଉ ଭୁବନେଶ୍ବରରେ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ବସ୍ତି । କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି କାଳବୈଶାଖୀ ।










