କାମାକ୍ଷାନଗର: କାମାକ୍ଷାନଗର ଥାନା ଅଞ୍ଚଳ ର ନାବାଳିକା କୁ ଉତ୍ତରପ୍ରଦେଶ ର ଝାନ୍ସି ରେ ବାରମ୍ବାର ବିକ୍ରି ଓ ଯୌନ ନିର୍ଯାତନା ଘଟଣା ।ନାବାଳିକା ଜଣକୁ ଲକ୍ଷେ ଟଙ୍କା ରେ କିଣିଥିବା ଅଭିଯୁକ୍ତ କୁ ଉତ୍ତରପ୍ରଦେଶ ର ଝାନ୍ସି ଜିଲ୍ଲା ଇରେଜ ଥାନା ଅନ୍ତର୍ଗତ ପଠା ଗ୍ରାମ ରୁ ଗିରଫ କଲା କାମାକ୍ଷାନଗର ପୋଲିସ । ଗିରଫ ପରେ ଅଭିଯୁକ୍ତ କୁ କୋର୍ଟଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ କାମାକ୍ଷାନଗର ଥାନା ଅଞ୍ଚଳ ର ଜଣେ ନାବାଳିକା କୁ ଭୁବନେଶ୍ୱର ରେ କାମ କରେଇବାକୁ କହି ଜଣେ ସମ୍ପର୍କୀୟ ଲକ୍ଷେ ଟଙ୍କା ରେ ଝାନ୍ସି ରେ ବିକ୍ରି କରିଦେଇଥିଲେ ।ସେଠାରେ ନାବାଳିକା କୁ ଦୁଇବର୍ଷ ଧରି ଯୌନ ନିର୍ଯାତନା ଦିଆଯାଇଥିବା ବେଳେ ବାରମ୍ବାର ବିକ୍ରି କରାଯାଇଥିଲା । କିନ୍ତୁ କୌଶଳକ୍ରମେ ନାବାଳିକା ଜଣକ ସେଠାରୁ ଖସିଆସି ଗତ ୨୩ ତାରିଖ ରେ କାମାକ୍ଷାନଗର ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ କାମାକ୍ଷାନଗର ପୋଲିସ ଘଟଣା ର ତଦନ୍ତ କରି ବର୍ତମାନ ପର୍ଯ୍ୟନ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ନାବାଳିକା କୁ ଝାନ୍ସି ରେ ବିକିଥିବା ସମ୍ପର୍କୀୟ ବିନୋଦ ପାତ୍ର କୁ ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ଅଞ୍ଚଳ ରୁ ପୋଲିସ ଗିରଫ କରିଥିବା ବେଳେ ନାବାଳିକା କୁ ଲକ୍ଷେ ଟଙ୍କା ରେ କିଣିଥିବା ଚନ୍ଦ୍ରକାନ୍ତ କସ୍ବା କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରିଛି କାମାକ୍ଷାନଗର ପୋଲିସ।










