30.4 C
Bhubaneswar
Sunday, June 7, 2026
Homeଓଡିଶାଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଜୁନିଅର୍‌ ଆସିଷ୍ଟାଣ୍ଟ

ଭଦ୍ରକ: ଏକ ଘରୋଇ ସ୍କୁଲକୁ ଏନଓସି ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିଅର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ । ବାରାପୂର ଅଞ୍ଚଳର ଏକ ଘରୋଇ ସ୍କୁଲକୁ ଏନଓସି ପ୍ରମାଣ ପତ୍ର ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ଅଭିଯୋଗକାରୀ ପ୍ରଶାନ୍ତ ସାହୁ ଭିଜିଲାନ୍ସ ଅଫିସରେ ଅଭିଯୋଗ କରିଥିଲେ । ଦାବି ମୁତାବକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୧୦ ହଜାର ଟଙ୍କା ଲାଞ୍ଚ ଦେବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ମାଡି ବସିଥିଲେ । ଭିଜିଲାନ୍ସ ପକ୍ଷରୁ କାଗଜପତ୍ର ଯାଞ୍ଚ କରିବା ସହ ଏହି ଲିଙ୍କରେ ଘର, ଅଫିସ ସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ବାଲେଶ୍ୱର ଭିଜିଲାନ୍ସରେ ଏକ ମାମଲା ରୁଜୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking