31 C
Bhubaneswar
Saturday, June 6, 2026
Homeଦେଶ ବିଦେଶଆଜି ବିଶ୍ୱ ପରିବେଶ ଦିବସ

ଆଜି ବିଶ୍ୱ ପରିବେଶ ଦିବସ

ନୂଆଦିଲ୍ଲୀ: ଆଜି ସାରା ବିଶ୍ୱରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ପରିବେଶ ସୁରକ୍ଷା, ପୃଥିବୀକୁ ସବୁଜ ଏବଂ ସୁସ୍ଥ ରଖିବାର ସଙ୍କଳ୍ପ ସହିତ ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଶବାସୀଙ୍କୁ ପରିବେଶ ସୁରକ୍ଷା ପ୍ରତି ସଜାଗ ରହିବାକୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ, ପରିବେଶ ସୁରକ୍ଷା କେବଳ ସରକାରର ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମୂଳ କର୍ତ୍ତବ୍ୟ ଅଟେ । ଏହାସହିତ ବିଭିନ୍ନ ସ୍ଥାନରେ କ୍ଲାଇମେଟ୍ ପଞ୍ଚାୟତ ଆୟୋଜିତ ହୋଇ ଗ୍ରାମୀଣ ଅଞ୍ଚଳର ଲୋକମାନଙ୍କୁ ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ସଚେତନ କରାଯାଉଛି । ଗଛ ଲଗାଇବା, ପ୍ଲାଷ୍ଟିକ୍ ବ୍ୟବହାର କମେଇବା, ଜଳ ସଂରକ୍ଷଣ ଓ ପରିବେଶ ଦୂଷଣ ରୋକିବା ପାଇଁ ସମସ୍ତଙ୍କୁ ଏକତ୍ର ହୋଇ କାମ କରିବାକୁ ଆହ୍ୱାନ ଦିଆଯାଇଛି । ବିଶ୍ୱ ପରିବେଶ ଦିବସର ଏହି ସନ୍ଦେଶ ଆମକୁ ସ୍ମରଣ କରାଏ ଯେ, ପୃଥିବୀକୁ ସୁରକ୍ଷିତ ରଖିବା ହିଁ ଆମର ଆଗାମୀ ପିଢ଼ି ପାଇଁ ସର୍ବଶ୍ରେଷ୍ଠ ଉପହାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking