41.3 C
Bhubaneswar
Thursday, June 4, 2026
Homeଦେଶ ବିଦେଶମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ରୋଗୀଙ୍କ ମୃତ୍ୟୁ

ମୁଜାଫରପୁର ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ରୋଗୀଙ୍କ ମୃତ୍ୟୁ

ପାଟନା: ବିହାରର ମୁଜାଫରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗୁରୁବାର ଭୀଷଣ ଅଗ୍ନିକାଣ୍ଡ ଘଟି ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ନିଆଁ ହସ୍ପିଟାଲର ଇଣ୍ଟେନସିଭ୍ କେୟାର ୟୁନିଟ୍ (ଆଇସିୟୁ)ରେ ଲାଗିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ ସୁବ୍ରତ କୁମାର ସେନ୍ କହିଛନ୍ତି ଯେ, ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ପୋଡ଼ିଯାଇଥିବା ଲୋକଙ୍କ ମଧ୍ୟରେ ଆଇସିୟୁ ଦାୟିତ୍ୱରେ ଥିବା ବ୍ୟକ୍ତି ମଧ୍ୟ ଅଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିକାଂଶ ରୋଗୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରସାଦ ହସ୍ପିଟାଲର ଆଇସିୟୁର ଅକ୍ସିଜେନ୍‌ ୟୁନିଟ୍‌ ଓ ମନିଟର ସିଷ୍ଟମରେ ସଟ୍‌ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ବୋଲି ସେନ୍‌ କହିଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବାକୁ ତଦନ୍ତ ଚାଲିଛି। ଅଗ୍ନିକାଣ୍ଡ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ରାତି ୩ଟା ୫୫ ମିନିଟରେ ଖବର ମିଳିଥିଲା। ଅଗ୍ନିକମାନେ କବାଟ ଓ ଝରକା ଭାଙ୍ଗି ଆଇସିୟୁ ଓ ଅନ୍ୟ ୱାର୍ଡ଼ରେ ପହଞ୍ଚି ଥିଲେ। ରୋଗୀମାନଙ୍କୁ ଧୂଆଁ ଭର୍ତ୍ତି କୋଠାରୁ ବାହାରକୁ ଅଣା ଯାଇଥିଲା।ଅଗ୍ନିଶମ ବିଭାଗ ଅଧିକାରୀ ରାମ ନିୱାସ ପାଣ୍ଡେ କହିଛନ୍ତି, ଆଇସିୟୁର ୧୫-୨୦ ରୋଗୀଙ୍କୁ ଉଦ୍ଧାର କରିଥିଲୁ, ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking