ରାୟଗଡା:ରାୟଗଡାର ଗ୍ରାମଦେବୀ ମା ବୁର୍ଦାଲମା ଘଣ୍ଟ ପର୍ବ ଚଳିତ ଜୁନ ମାସ 1 ତାରିଖ ଠାରୁ ଆରମ୍ଭ ହୋଇଯାଇଛି ! ଉକ୍ତ ଘଣ୍ଟ ପର୍ବ ଚଳିତ ଜୁନ ମାସ 1 ତାରିଖରୁ ଆରମ୍ଭ ହୋଇ 10 ତାରିଖ ଦିନ ଶେଷ ହେବ ! ଉକ୍ତ ଘଣ୍ଟ ପର୍ବ ଜୟପୁର ମହାରାଜ ଶ୍ରୀ ବିକ୍ରମ ଦେବ ସମୟରୁ ଆରମ୍ଭ ହୋଇଆସୁଅଛି ଯାହାକି ରାୟଗଡା ସହରର ଶାନ୍ତି ପାଇଁ ଚାଷୀଙ୍କ ଭଲ ଚାଷ ପାଇଁ 1936 ମସିହାରୁ ପୂଜା କରିଆସୁଛନ୍ତି ଚାଷୀ ! ଉକ୍ତ ଘଣ୍ଟ ଯାତ୍ରା କରିବା ଦ୍ୱାରା ଖରା ଦାଉରୁ ରକ୍ଷାପାଇ ବର୍ଷାର ଆରମ୍ଭ ହୋଇଥିବା ନେଇ ଉକ୍ତ ଘଣ୍ଟଯାତ୍ରାର ପରମ୍ପରା ରହିଛି ! ସେହିଭଳି ରୂପେ ଉକ୍ତ ଘଣ୍ଟ ପର୍ବକୁ ରଜ ଘଣ୍ଟ ପର୍ବ ନାମରେ ମଧ୍ୟ ଜଣାଯାଏ ! ଚାଷୀମାନେ ଉକ୍ତ ଘଣ୍ଟଯାତ୍ରାରେ ପୂଜା କରିବା ଦ୍ୱାରା ମା ତାଙ୍କ ମନସ୍କାମନା ପୂର୍ଣ୍ଣ କରି ବର୍ଷା ହୋଇଥାଏ ବର୍ଷା ହେବା ଦ୍ୱାରା ଚାଷ ଭଲ ହୋଇ ସେମାନେ ଲାଭବାନ ହୁଅନ୍ତି ବୋଲି ଚାଷୀଙ୍କ ଦୃଢ ବିଶ୍ୱାସ ରହିଛି ! ଏହି ଘଣ୍ଟ ଯାତ୍ରାରେ ସୁସଜିତ ଆଲୋକୀକରଣ ସହ ଅତି ସୁନ୍ଦର ନୃତ୍ୟ, ବିଭିନ୍ନ ଦେବୀଙ୍କ ଭେଷ, ସମେତ ଅନ୍ୟନ୍ୟା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥାଏ ! ରାୟଗଡାର ଗ୍ରାମଦେବୀ ମାନନ୍ତି ମା ବୁର୍ଦାଲମାଙ୍କୁ !ଉକ୍ତ ଘଣ୍ଟ ଯାତ୍ରାରେ ମାଙ୍କ ଘଣ୍ଟ ଦର୍ଶନ ପାଇଁ ଜିଲ୍ଲା, ଜିଲ୍ଲା ବାହାରୁ ଏବଂ ରାଜ୍ୟ ବାହାରୁ ମଧ୍ୟ ସମସ୍ତ ଭକ୍ତମାନେ ଆସି ଭକ୍ତିର ସହ ମାଙ୍କୁ ଦର୍ଶନ କରିଥାନ୍ତି ! ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥାଏ ! ସେହିଭଳି ଭକ୍ତଙ୍କ ପାଇଁ କମିଟି ପକ୍ଷରୁ ପାନୀୟ ଜଳ ବ୍ୟବସ୍ତା କରିବା ସହ ଧାଡିରେ ରହି ଶାନ୍ତି ଶୃଙ୍ଖଳା ରକ୍ଷାକରି ମାଙ୍କୁ ଦର୍ଶନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥାଏ !










