33.1 C
Bhubaneswar
Tuesday, June 2, 2026
Homeଓଡିଶାଟୋକନ ଚୋରି ଅଭିଯୋଗ: ଆରକ୍ଷୀ ଅଧିକ୍ଷକଙ୍କ ଠାରେ କଲେ ଅଭିଯୋଗ

ଟୋକନ ଚୋରି ଅଭିଯୋଗ: ଆରକ୍ଷୀ ଅଧିକ୍ଷକଙ୍କ ଠାରେ କଲେ ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଚାଷୀ ମାନଙ୍କ ଟୋକନ ପରିମାଣ କମ ଆସିଛି କିମ୍ବା ଆସିନାହିଁ ଏହାକୁ ନେଇ ଆମ ଟୋକନ ଚୋରି ହୋଇଗଲା ବୋଲି ଚାଷୀମାନେ ଆରକ୍ଷୀ ଅଧିକ୍ଷକଙ୍କ ଠାରେ ଅଭିଯୋଗ କରିଛନ୍ତି। ୨୦୨୫ରେ ଯେଉଁ ପଞ୍ଜିକରଣ ହୋଇଥିଲା ତାହା ନବୀକରଣ ହୋଇଛି ହେଲେ ଗତ ଥର ଅପେକ୍ଷା ଏଥର କେମିତି ଟୋକନ ପରିମାଣ କମ ଆସିଲା ତାହା ବୁଝା ପଡ଼ୁ ନାହିଁ ବୋଲି କଟାପାଲି ଗ୍ରାମର ଚାଷୀ ସୁଦାମ ସାହୁ ଅଭିଯୋଗ କରିଛନ୍ତି।

ସେହିପରି ସମସ୍ତ କାଗଜପତ୍ର, ଆଧାର କାର୍ଡ ଦେଲା ସତ୍ୱେ କେଉଁ ଆଧାର ରେ ସେଟେଲାଇଟ ସର୍ଭେରେ ଆମର ଜମି ଦେଖା ଯାଉନି ଓ ଟୋକନ କାହିଁକି ଆସୁନି ନାହିଁ ବୋଲି ଖୁଣ୍ଟପାଲି ଗାଁର ଚାଷୀ ପ୍ରଶାନ୍ତ ସାହୁ ପ୍ରଶ୍ନ କରିଛନ୍ତି ଯେହେତୁ ଆମ ଟୋକନ କୁଆଡେ ଗଲା କେହି ଉତ୍ତର ଦେଇ ପାରୁ ନାହାନ୍ତି ତେଣୁ ଟୋକନ ଚୋରି ହୋଇଛି ବୋଲି ଆମେ ପୋଲିସ ଅଧିକ୍ଷକଙ୍କୁ ଅଭିଯୋଗ କରିଛୁ ବୋଲି ଚାଷୀ ମାନେ କହିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଭବାନୀ ସାହୁ, ପ୍ରେମ ରାଜ ବଢେଇ, ଉମେଶ ବିଶ୍ୱାଳ,ଭକ୍ତ ଚରଣ ସାହୁ, ଚତୁର୍ଭୁଜ ଦିଶ୍ରୀ,ରଣଜିତ ବାରିକ,ଗୋପାଳ ଜାଲ, ସତ୍ୟ ନାରାୟଣ ଆଚାର୍ଯ୍ୟ,ଦେବରାଜ ମେହେର, ବିଭୁ ଦତ୍ତ ସାହୁ, ଅକ୍ଷୟ ସାହୁ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking