33.1 C
Bhubaneswar
Tuesday, June 2, 2026
Homeଓଡିଶାଗ୍ୟାସ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ

ଗ୍ୟାସ ସିଲିଣ୍ଡର ଫାଟି ନାବାଳକ ଜୀବନ୍ତ ଦଗ୍ଧ

ଗଞ୍ଜାମ: ଗଞ୍ଜାମ ଜିଲା ସୋରଡ଼ା ଥାନା ଅନ୍ତର୍ଗତ ସାମନ୍ତରା ଘାଇ ଛକ ନିକଟରେ ଥିବା ତେଜରାତି ଦୋକାନରେ ମଙ୍ଗଳବାର ଅପରାହ୍ନରେ ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଏହାପରେ ଗ୍ୟାସ ସିଲିଣ୍ଡର ଫାଟି ଯିବାରୁ ଜଣେ ନାବାଳକଙ୍କର ମୃତ୍ୟୁ ହୋଇଛି। ମୃତ ନାବାଳକ ଜଣଙ୍କ ହେଲେ ବଡ଼ଗଡ ଥାନା ଗାଙ୍ଗପୁର ଗ୍ରାମର ବାଦଲ ମୂଳି (୧୩) । ବାଦଲ ଅଜାଘରକୁ ଖରା ଛୁଟିରେ ବୁଲିବାକୁ ଆସିଥିଲେ । ସାମନ୍ତରା ଘାଇ ଛକରେ ଥିବା ଅଜାଙ୍କ ତେଜରାତି ଦୋକାନରେ ଥିବାବେଳେ ହଠାତ୍‌ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗିଯାଇଥିଲା। ଏହାପରେ ସିଲିଣ୍ଡର ଫାଟି ଯିବାରୁ ବାଦଲ ନିଆଁ ଭିତରୁ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଘଟଣାସ୍ଥଳରେ ସୋରଡା ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସୋରଡା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ କରୁଛି । ଏଥିସହ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ଏହି ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking