38.1 C
Bhubaneswar
Tuesday, June 2, 2026
Homeଦେଶ ବିଦେଶନିଟ ପେପର ଲିକ ଘଟଣା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ

ନିଟ ପେପର ଲିକ ଘଟଣା: ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ

ନୂଆଦିଲ୍ଲୀ: ନିଟ ପେପର ଲିକ ଘଟଣାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ଟାର୍ଗେଟ । ଧର୍ମେନ୍ଦ୍ରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୁଦୁଳା ପ୍ରଧାନ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ବିକାଶ ଫାଉଣ୍ଡେସନ ଅର୍ଥରେ ଆମେରିକାରେ ଘର କିଣାଯାଇଛି । ସେହି ଘରେ ରହି ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଆଇନର ପାଠ ପଢୁଥିଲେ । ତାଙ୍କର ଲୋକାଲ ଗାଡିଏନ ଥିଲେ ରାଧା ରମଣ । ଯାହାଙ୍କର ସଂସ୍ଥା ଏଡୁଟେକ । ଏହି ଏଡୁଟେକ ସଂସ୍ଥା ସିବିଏସଇ ଖାତା ଦେଖୁଥିଲା ବୋଲି ଅଭିଯୋଗ ହୋଇଛି । ଧର୍ମେନ୍ଦ୍ର ପ୍ରଧାନ ଏନେଇ ସ୍ପଷ୍ଟୀକରଣ ଦିଅନୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି । ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଲିକାନା ମୃଦୁଳାଙ୍କର ହାତରେ ଅଛି ନା ନାହିଁ , ସେ ଟ୍ରଷ୍ଟର ସମ୍ପତ୍ତି ଆମେରିକାରେ ଅଛି ନା ନାହିଁ , ତାଙ୍କ ଝିଅ ସେଠି ପାଠ ପଢୁଥିଲେ ନା ନାହିଁ ଏନେଇ ଦଳ ପକ୍ଷରୁ ଦାବି କରଆଯଆଇଥିଲା । ତେବେ ଏନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତର ମିଳିପାରିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking