36.1 C
Bhubaneswar
Sunday, May 31, 2026
Homeଅପରାଧଯିଏ ମଥାରେ ଦେଇଥିଲା ସିନ୍ଦୂର, ଶେଷରେ ସେ କାଟିଦେଲା ଗଳା

ଯିଏ ମଥାରେ ଦେଇଥିଲା ସିନ୍ଦୂର, ଶେଷରେ ସେ କାଟିଦେଲା ଗଳା

ନୂଆଦିଲ୍ଲୀ: ଯିଏ ମଥାରେ ଦେଇଥିଲା ସିନ୍ଦୂର, ଶେଷରେ ସେ କାଟିଦେଲା ଗଳା । ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖିଥିଲେ ହେଲେ ଗୋଟିଏ ବର୍ଷ ଅଧା ହୋଇନି ଜୀବନ ନେଇଗଲା । ସ୍ତ୍ରୀକୁ ମହିଳା ବନ୍ଧୁଙ୍କ ସହ ହତ୍ୟା କଲା ସ୍ବାମୀ । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଛାତିଥରା ଖବର । ଯୁବତୀଙ୍କ ମୃତଦେହ ବୁଦା ମୂଳରୁ ଉଦ୍ଧାର ହୋଇଛି । ମୃତକଙ୍କ ପରିବାର ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣକ ହେଲେ ପ୍ରୀତି । ତାଙ୍କ ବାପାଙ୍କ କହିବା ଅନୁସାରେ ୨୦୨୫ ମସିହା ମାର୍ଚ୍ଚ ୬ ତାରିଖରେ ଚିନ୍ନୁଲାଲ ପ୍ରଜାପତିଙ୍କ ସହ ଝିଅର ବିବାହ ହୋଇଥିଲା । ବିବାହ ପରଠାରୁ ଝିଅ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେଇ ଆସୁଥିଲେ । ସେମାହେନ ପ୍ରତିଦିନ ମାଡ଼ ମାରୁଥିବାବେଳେ ତାଙ୍କ ବାପା ଅଭିଯୋଗ କରିଛନ୍ତି । ତେବେ ଗତ ମେ’ ୨୨ ତାରିଖରୁ ଝିଅ ନିଖୋଜ ଥିବାବେଳେ ଅଭିଯୋଗ କରିଥିଲେ । ଆଉ ଏବେ ମୃତଦେହ ମିଳିବା ଅଭିଯୁକ୍ତ ସ୍ବାମୀ ସବୁ ସତ ପୁଲିସ ଆଗରେ ମାନିଛି ।

ଅଭିଯୁକ୍ତ ଚିନ୍ନୁ ନିଜ ପ୍ରେମିକା ୨୧ ବର୍ଷୀୟ ଶୋଭନାଙ୍କ ସହ ଗିରଫ ହୋଇଛନ୍ତି । ତେବେ ସେମାନେ ପୁଲିସ ଆଗରେ କହିଛନ୍ତି କି, ଗତ ୨୨ ତାରିଖରେ ପ୍ରୀତିଙ୍କୁ ବୁଲାଇବା ନାଁ ବାଲିଆ ନେଇଥିଲେ । ପୂର୍ବ ଯୋଜନା ଅନୁସାରେ ହତ୍ୟା କରିବାକୁ କଥା ହୋଇଥିଲେ । ପ୍ରୀତିଙ୍କୁ ପ୍ରଥମେ ଶୋଭନା ଥଣ୍ଡା ପାନୀୟରେ ନିଶା ଦେଇଥିଲେ । ଆଉ ଯେତେବେଳେ ସେ ଶୋଇ ପଡ଼ିଥିଲେ । ନିଶା ହେବା ପରେ ତାଙ୍କୁ ବାଇକରେ ବସାଇ ଏକ ନିର୍ଭନ ଜଙ୍ଗଲକୁ ନେଇ ଯାଇଥିଲେ । ସେଠାରେ ସ୍ବାମୀ ଗଳାକାଟି ହତ୍ୟା କରିଥିଲେ । ଅତି ନୃଶଂସ ଭାବେ ହତ୍ୟା କରିବା ପରେ ମୃତଦେହକୁ ନେଇ ବୁଦା ମୂଳରେ ଲୁଚାଇ ଦେଇଥିଲେ । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ସେପଟେ ଏହି ଘଟଣା ସମ୍ପର୍କରେ ଯେକେହି ବି ଶୁଣୁଛି ସେ ଏହାକୁ ନିନ୍ଦା କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking