କରଞ୍ଜିଆ: କାଳ ହେଲା ଘରୋଇ କଳି । କୌଣସି କାରଣକୁ ନେଇ ସ୍ୱାମୀ- ସ୍ତ୍ରୀଙ୍କ ମଧ୍ୟରେ ଲାଗିଲା ଝଗଡା । ଏଥିରେ ରାଗିଯାଇ ସ୍ତ୍ରୀକୁ ନିସ୍କୁକ ପିଟିଲା ସ୍ୱାମୀ । ଏପରିକି ସ୍ତ୍ରୀ ମରିଯିବା ଜାଣି ନିକଟରେ ଥିବା ଜଙ୍ଗଲକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଦେଇଛି ସ୍ତ୍ରୀ । ଖବର ଅନୁଯାୟୀ, କରଞ୍ଜିଆ ଥାନା ବାଲିଭୋଲ ଗାଁରେ ଗତ ୨୭ ତାରିଖ ଦିନ ଚନ୍ଦ୍ର ଟୁଡୁଙ୍କ ସହ ସ୍ତ୍ରୀ ଜ୍ୟୋସ୍ନାରାଣୀ ଟୁଡୁଙ୍କର କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । । ବିବାଦ ଏପରି ବଢିଥିଲା ଯେ, ମାରପିଟ ଯାଏଁ କଥା ଯାଇଥିଲା । ସ୍ୱାମୀ ଚନ୍ଦ୍ର ଟୁଡୁ ସ୍ତ୍ରୀକୁ ନିସ୍କୁକ ମାଡ ମାରିଥିଲେ । ସ୍ତ୍ରୀ ମରିଥିବା ଜାଣି ସ୍ୱାମୀ ନେଲେ ଚରମ ନିଷ୍ପତ୍ତି । ନିକଟରେ ଥିବା ଜଙ୍ଗଲକୁ ଯାଇ ଆତ୍ମହତ୍ୟା କରିଛନ୍ତି ।ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି କରଞ୍ଜିଆ ଥାନା ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।