ଭୁବନେଶ୍ୱର: ଆଜି ମହାନଦୀ ଜଳ ବିବାଦର ଟ୍ରିବ୍ୟୁନାଲରେ ଶୁଣାଣି ହେବ । ତେବେ ଆଜି ଶୁଣାଣି ଥିବା ବେଳେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ବାଲି ସତ୍ୟାଗ୍ରହ ଆୟୋଜନ ହେବ । କଟକର ଯୋବ୍ରା ଆନିକଟ ତଳେ ନଦୀର ବାଲୁକା ଶଯ୍ୟାରେ ଅପରାହ୍ଣ ୪ଟାରେ ଏହି ବାଲି ସତ୍ୟାଗ୍ରହ ଅନୁଷ୍ଠିତ ହେବ । ଭାରତରେ ଜଳ ମାନବ ଭାବରେ ପରିଚିତ ମାଗାସେସେ ପୁରସ୍କାର ବିଜେତା ଡ. ରାଜେନ୍ଦ୍ର ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ।ତେବେ ଗତ ୨ ତାରିଖରେ ଶୁଣାଣି ବେଳେ ଟ୍ରିବ୍ୟୁନାଲରେ ଦାଖଲ ହୋଇଥିବା ତଥ୍ୟ ବିଭ୍ରାନ୍ତିକର କର ଅଭିଯୋଗ କରି ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏହି ପ୍ରତିବାଦ କରାଯିବ ବୋଲି ଡ. ବିକାଶ ଦାସ ସୂଚନା ଦେଇଛନ୍ତି । କଟକ ସଦର ବିକାଶ ମଞ୍ଚର ସଦସ୍ୟମାନେ ଏଥିରେ ସହଯୋଗ କରିବେ ବୋଲି କହିଛନ୍ତି ।










