33.1 C
Bhubaneswar
Saturday, May 30, 2026
Homeଓଡିଶାକଣ୍ଟେନର- ପିକଅପ୍ ଧକ୍କା: ୨ ଗୁରୁତର

କଣ୍ଟେନର- ପିକଅପ୍ ଧକ୍କା: ୨ ଗୁରୁତର

ସୁନ୍ଦରଗଡ: ଆଜି ସକାଳୁ ସୁନ୍ଦରଗଡ ଟାଉନଥାନା ଭୋଜପୁର ବିଜୁ ଏକ୍ସପ୍ରେସ ୱେରେ ଏକ କଣ୍ଟେନରକୁ ପଛରୁ ଧକ୍କା ଦେଇ କୁକୁଡା ବୋଝେଇ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡିର ସମ୍ମୁଖ ଭାଗ ଭାଙ୍ଗି ଚୁରମାର ହୋଇ ଯାଇଥିବା ବେଳେ ଚାଳକଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କଣ୍ଟେନରଟି ଆଗେ ଆଗେ ଯାଉଥିବା ବେଳେ ପଛରୁ ଦ୍ରୁତଗତିରେ ଆସୁଥିବା ବ୍ରଏଲର କୁକୁଡା ବୋଝେଇ ପିକଅପ ଧକ୍କା ଦେଇଥିଲା । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଲାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking