24.1 C
Bhubaneswar
Friday, May 29, 2026
Homeଓଡିଶାପୁଣି କମିଲା ସୁନା ରୁପା ଦର

ପୁଣି କମିଲା ସୁନା ରୁପା ଦର

ଭୁବନେଶ୍ବର: ଇରାନ ଉପରେ ଆମେରିକାର ସଦ୍ୟ ଆକ୍ରମଣ ପରେ ଖସିଲା ସୁନା ରୁପା ଦର । ପ୍ରମୁଖ ସହର ଚେନ୍ନାଇ, ଦିଲ୍ଲୀ ଓ ମୁମ୍ବାଇରେ ସୁନା ଦର କମିଥିବା ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ବଜାରରେ ସୁନା ପାଖାପାଖି 2 ପ୍ରତିଶତ ହ୍ରାସ ପାଇ ପ୍ରତି ଆଉନ୍ସ (ଗୋଟିଏ ଆଉନ୍ସ ପାଖାପାଖି 28 ଗ୍ରାମ ସହ ସମାନ) 4,368.99 ଡଲାରରେ ପହଞ୍ଚିଛି । ସେହିପରି କମେକ୍ସ ସୁନା 1.80 ପ୍ରତିଶତକୁ ଖସି ପ୍ରତି ଆଉନ୍ସ 4,367.90 ଡଲାରରେ ପହଞ୍ଚିଛି । କେବଳ ସୁନା ନୁହେଁ ରୁପା ମଧ୍ୟ ତିନି ପ୍ରତିଶତରୁ ଅଧିକ ହ୍ରାସ ହୋଇ ଆଉନ୍ସ ପ୍ରତି 71.94 ଡଲାରରେ ପହଞ୍ଚିଛି । କମେକ୍ସ ରୁପାରେ 3.56 ହ୍ରାସ ହୋଇ ପ୍ରତି ଆଉନ୍ସ 72.22 ଡଲାରକୁ ଛୁଇଁଛି ।ବିଶେଷଜ୍ଞଙ୍କ ମତରେ ଆମେରିକା-ଇରାନ ସଂଘର୍ଷକୁ ନେଇ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତି ଦୀର୍ଘ ସମୟ ଧରି ଉଚ୍ଚ ରହିବା ଆଶଙ୍କା ହେତୁ ନିବେଶକ ସତର୍କ ରହିଛନ୍ତି । ବାରମ୍ବାର ତୈଳ ଦର ବୃଦ୍ଧି ଓ ଆମେରିକୀୟ ଡଲାରର ମୂଲ୍ୟ ବୃଦ୍ଧି ହେତୁ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକ ସୁଧ ହାର ହ୍ରାସର ଆଶାକୁ ହ୍ରାସ କରିଛି । ଯାହା ଫଳରେ ସୁନା ଦର ଉପରେ ଚାପ ପଡ଼ିଥିବା ବିଶେଷଜ୍ଞ ମାନେ କହିଛନ୍ତି ।ଇରାନର ରିଭୋଲ୍ୟୁସନାରୀ ଗାର୍ଡ ଏକ ଆମେରିକୀୟ ଏୟାରବେସକୁ ଟାର୍ଗେଟ କରିଥିବା ରିପୋର୍ଟ ମିଳିବା ପରେ ଅଶୋଧିତ ତୈଳ ଦର ତିନି ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking