ଗଞ୍ଜାମ: ନିରାକାରପୁର-ପୁରୀ ନୂଆ ଜଗନ୍ନାଥ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସୋରଡ଼ା ଅଞ୍ଚଳର ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଏକ ବୋଲେରୋ ଗାଡ଼ି ଯୋଗେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯାଉଥିଲେ । ତେବେ ବିଳମ୍ବିତ ରାତିରେ ନୂଆ ଜଗନ୍ନାଥ ସଡ଼କରେ ବୋଲେରୋଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ବଡ଼ ଗଛରେ ପିଟି ହୋଇଯାଇଥିଲା । ଫଳରେ ଗାଡ଼ିରେ ଥିବା ସମସ୍ତ ୧୦ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ, ଜଣଙ୍କର ଅବସ୍ଥା ଅତି ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ (AIIMS) ସ୍ଥାନାନ୍ତର କରାଯାଇଛି ।










