ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲି୍ମେଳା ବ୍ଲକ ମହାରାଜପଲ୍ଲୀ ପଞ୍ଚାୟତ ସଦର ଗ୍ରାମରେ ବଜ୍ରପାତରେ ଜମେ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ମହାରାଜପଲ୍ଲୀ ଗ୍ରାମର ଭୀମା ମାଡକାମି ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ସୂଚନା ଅନୁଯାୟୀ, ମହାରାଜପଲ୍ଲୀ ଗ୍ରାମର ଭୀମା ମାଡକାମି ଏବଂ ତାଙ୍କ ସ୍ତ୍ରୀ ଏଙ୍କି ମାଡକାମି ଗୁରୁବାର ଅପରାହ୍ନରେ ନିଜ ଜମିକୁ ବାଦାମ ଅମଳ କରିବାକୁ ଯାଇଥିଲେ । ସେହି ସମୟରେ ହଠାତ ଘଡଘଡି ସହ ବର୍ଷା ଆରମ୍ଭ ହୋଇଥିଲା । ଉଭୟ ସ୍ତ୍ରୀ ନିଜ ଘରକୁ ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ସ୍ତ୍ରୀ ଏଙ୍କିଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ୱାଣଈ ଭୀମା ଅଚେତ ଅବସ୍ଥାରେ ପଡିଥିଲେ ।ପରିବାର ଲୋକ ଏବଂ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଏମଭି- ୭୯ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି ।










