35.1 C
Bhubaneswar
Thursday, May 28, 2026
Homeଓଡିଶାଗୋଲ୍ଡି ଆତ୍ମହତ୍ୟା ମାମଲାରେ ସ୍ୱାମୀ ଗିରଫ

ଗୋଲ୍ଡି ଆତ୍ମହତ୍ୟା ମାମଲାରେ ସ୍ୱାମୀ ଗିରଫ

ଭୁବନେଶ୍ୱର: ବି କେ ମନୀଷା ଓରଫ୍ ଗୋଲ୍ଡିଙ୍କ ଆତ୍ମହତ୍ୟା ମାମଲାରେ ପାହାଳ ଥାନା ପୁଲିସ ସ୍ୱାମୀଙ୍କୁ ଗିରଫ କରିଛି । ସେ ହେଲେ, ସୂର୍ଯ୍ୟନାରାୟଣ ଜେନା(୨୮)। ଘର କଟକ ଜଗତପୁର ଥାନା ଅଧୀନ ନୂଆସାହିରେ । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଘଟଣାର ପୂର୍ବଦିନ କୌଣସି କାରଣକୁ ନେଇ ଗୋଲ୍ଡିଙ୍କ ସହ ସୂର୍ଯ୍ୟଙ୍କର ପ୍ରବଳ ଝଗଡ଼ା ହୋଇଥିଲା । ଯାହାକୁ ସହିନପାରି ଗୋଲ୍ଡି ଜୀବନ ହାରିଦେଲେ । ପୁଲିସ ବିଏନ୍ଏସ୍ ଦଫା ୧୦୮(ଆତ୍ମହତ୍ୟା ପାଇଁ ଉସୁକାଇବା) ରେ ସୂର୍ଯ୍ୟଙ୍କୁ କୋର୍ଟଚାଲାଣ କରିଛି ।୨୦୧୪ରୁ ଗୋଲ୍ଡି ଭୁବନେଶ୍ୱରରେ ରହୁଥିଲେ । ୨୦୨୪ ନଭେମ୍ବର ୨୬ରେ କଟକର ବିଏନ୍ ସନ୍ ରେଷ୍ଟୁରାଣ୍ଟରେ ଉଭୟଙ୍କର ପ୍ରଥମ ଭେଟ ହୋଇଥିଲା । ସେମାନଙ୍କ ଭିତରେ ବନ୍ଧୁତା ଘନିଷ୍ଠ ହେବାରୁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଉଭୟଙ୍କ ପରିବାର ବିବାହରେ ରାଜି ହେଲେନି । ୨୦୨୫ ଜାନୁଆରୀ ୨୮ରେ କଟକ ମଙ୍ଗୁଳିର ବିରୁପାକ୍ଷ ମନ୍ଦିରରେ ଉଭୟେ ବିବାହ କରିଥିଲେ । ଉଭୟେ ଲେନ୍ ନମ୍ବର-୩ର ବିଷ୍ଣୁ ବିହାରରେ ଏକାଠି ରହୁଥିଲେ । ଗୋଲ୍ଡି ଏକ ନାମୀ ହୋଟେଲରେ ଏଚ୍ଆର ମ୍ୟାନେଜର ଥିଲେ । ପ୍ରାୟ ଆଠ ମାସ ପୂର୍ବରୁ ଚାକିରି ହରାଇଲେ । ଆର୍ଥିକ ସ୍ଥିତିକୁ ନେଇ ସେ ମାନସିକ ଅବସାଦରେ ରହୁଥିଲେ । ସେ ସୂର୍ଯ୍ୟଙ୍କୁ ନ ଜଣାଇ ଅନେକ ରାତିରେ ବାହାରକୁ ଯାଉଥିଲେ । ୨୪ ତାରିଖ ରାତିରେ ସେ ବିଳମ୍ବିତ ରାତିରେ ଘରକୁ ଫେରିବାରୁ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking