36.1 C
Bhubaneswar
Thursday, May 28, 2026
Homeଦେଶ ବିଦେଶଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

ଗଙ୍ଗା ନଦୀରେ ଡଙ୍ଗା ବୁଡ଼ି ୨ ମୃତ, ୫ ନିଖୋଜ

ବିହାର: ବିହାରର ସମସ୍ତିପୁର ଜିଲ୍ଲାରେ ଗୁରୁବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ମୋହିଉଦ୍ଦିନନଗର ବ୍ଲକର ସୁଲତାନପୁର ଦିଆରା ନିକଟରେ ପ୍ରାୟ ୧୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୫ ଜଣ ନିଖୋଜ ଅଛନ୍ତି । ସରକାରୀ ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୫ଟା ୩୦ରେ ପ୍ରବଳ ପବନ ଯୋଗୁଁ ଗଙ୍ଗାନଦୀ ମଝିରେ ଏହି ଦୁର୍ଘଟଣା ଘଟିଥିଲା । ଡଙ୍ଗାରେ ଥିବା ଲୋକମାନେ ମୁଖ୍ୟତଃ ମହିଳା ଥିଲେ ଏବଂ ସେମାନେ ନଦୀ ପାର ହୋଇ ପୋଟଳ ଓ ଅନ୍ୟାନ୍ୟ ପନିପରିବା ଆଣିବାକୁ ଯାଉଥିଲେ । ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଏସଡିଆରଏଫ ଟିମ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ବାକି ୫ ଜଣ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ନଦୀରେ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି । ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଆଖି ପିଛୁଳାକେ ଡଙ୍ଗାଟି ନଦୀ ମଝିରେ ବୁଡି ଯାଇଥିଲା । କିଛି ଲୋକ ପହଁରି କୂଳକୁ ଚାଲିଆସିଥିଲେ ମଧ୍ୟ ଅଧିକାଂଶ ମହିଳା ପାଣିରେ ବୁଡି ଯାଇଥିଲେ ।ଉଦ୍ଧାର ହୋଇଥିବା ମହିଳାମାନଙ୍କ ମଧ୍ୟରୁ ୨ ଜଣ ଅଚେତ ଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking