ଭୁବନେଶ୍ୱର: ରାଜ୍ୟରେ ଗଡିବ ଭ୍ରାମ୍ୟମାଣ ହିଟୱେଭ ସେଲଟର । ହିଟ ୱେଭ ଆଲର୍ଟ ଜିଲ୍ଲାରେ ଏହି ଗାଡିକୁ ପ୍ରଦାନ କରାଯିବ । ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଆଲର୍ଟ ଜିଲ୍ଲାରେ ଏହି ଗାଡିକୁ ପ୍ରଦାନ କରାଯିବ । ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ସେଲଟର ନିର୍ମାଣ ହେବ । ଏଥରକ ଝାରସୁଗୁଡା ଏନଏଚ- ୪୯ରେ ଅସ୍ଥାୟୀ ହିଟୱେଭ ସେଲଟର ନିର୍ମାଣ ହୋଇଯାଇଛି । ସ୍ଥାୟୀ ହିଟୱେଭ ସେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଛି । ଆସନ୍ତା ବର୍ଷ ଖରାଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ସେଲଟର ନିର୍ମାଣ କାମ ସରିବ । ଏହି ସେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।










