29.4 C
Bhubaneswar
Sunday, July 12, 2026
Homeଓଡିଶାପାଣି ପାଇଁ ୧୮ କିଲୋମିଟର ପଦଯାତ୍ରା: ବିଡିଓ ଅଫିସ୍‌ ଘେରିଲେ ଗ୍ରାମବାସୀ

ପାଣି ପାଇଁ ୧୮ କିଲୋମିଟର ପଦଯାତ୍ରା: ବିଡିଓ ଅଫିସ୍‌ ଘେରିଲେ ଗ୍ରାମବାସୀ

ବଲାଙ୍ଗୀର: ପାଣି ପାଇଁ ମହିଳା ପୁରୁଷ ଏକ କିଲୋମିଟର ପାଦରେ ଚାଲି ବିଡିଓଙ୍କ ପାଖରେ ଅଭିନବ ପ୍ରତିବାଦ । ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଯୁବା ପଞ୍ଚାୟତ ନାଗଫେନା ଗାଁରେ ଦେଖାଦେଇଛି ଜଳ ସଙ୍କଟ । ଗାଁରେ ଏକମାତ୍ର ସୂର୍ଯ୍ୟ ଚାଳିତ ପମ୍ପ ଥିବାବେଳେ ତାହା ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ଗ୍ରାମ୍ୟ ଜଳ ଯୋଗାଣ ବିବାଗ ଦ୍ୱାରା ଏକ ଓଭର ହେଡ ଟ।।ଙ୍କ ନିର୍ମାଣ କରାଯାଉଥିବା ବେଳେ ଦୀର୍ଘ ବର୍ଷ ହେବ କାମ ଆରମ୍ଭ କରି ଠିକାଦାର କାମକୁ ବିଳମ୍ବ କରୁଥିବାରୁ ଗ୍ରାମରେ ଦେଖା ଦେଇଛି ଜଳ ସଙ୍କଟ ଗ୍ରାମର ମହିଳାମାନେ ଏକ ପଡୋଶୀ ଗ୍ରାମର ଏକ ସ୍କୁଲରୁ ଦୁଇ କିଲୋମିଟର ହେବ ପାଣି ପାଇଁ ଯାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ବିଷୟରେ ବାରମ୍ବାର ପ୍ରଶାସନକୁ ଗୁହାରି ଓ ଅଭିଯୋଗ କରିଥିଲେ ସୁଦ୍ଧା କେହି ନଶୁଣିବାରୁ ଆଜି ୧୮ କିମି ମହିଳା ଓ ଗ୍ରାମର ଅଞ୍ଚଳର ସାମାଜିକ କର୍ମୀମାନେ ପାଦରେ ଚାଲି ଚାଲି ବେଲପଡା ବିଡିଓ ଅଫିସକୁ ଯାଇ ଅଭିନବ ଭାବେ ମାଠିଆ ଗରା ଧରି ପ୍ରତିବାଦ କରି ନିଜର ସମସ୍ୟା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking