31.1 C
Bhubaneswar
Monday, May 25, 2026
Homeଓଡିଶାଦୁର୍ବଳ ସରକାର ଦୁର୍ବଳ ପୋଲିସ ସୁରକ୍ଷା ଦେବ କେମିତି? : କଂଗ୍ରେସ

ଦୁର୍ବଳ ସରକାର ଦୁର୍ବଳ ପୋଲିସ ସୁରକ୍ଷା ଦେବ କେମିତି? : କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ହତ୍ୟା, ଅପହରଣ, ଗଣଦୁଷ୍କର୍ମ, ଭିଡହିଂସା ଏବଂ ସରକାର ଏହାକୁ ରୋକି ପାରିବାରେ ଅକ୍ଷମ ହେବାକୁ ନେଇ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କହିଲେ ପୂର୍ବ ବିଜେଡ଼ି ସରକାରର ଏକଛତ୍ରବାଦୀ ଶାସନକୁ ବିରୋଧ କରି ସାଧାରଣ ଜନତାଙ୍କୁ ସୁଶାସାନ ଦେବୁ କହି ବିଜେପି ସରକାର ବର୍ତ୍ତମାନ ସାରା ଓଡ଼ିଶାରେ ଏକ ଭୟର ବାତାବରଣ ସୃଷ୍ଟି କରିଦେଇଛନ୍ତି । ଅପରାଧି ଆଇନ କାନୁନକୁ ଭୟ କରୁନାହାନ୍ତି । ଏପରିକି ଜନଗହଳି ପୂର୍ଣ୍ଣ ସ୍ଥାନରେ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାନ୍ତି । କଣାସ, ବାଲିଅନ୍ତା ପରେ ବ୍ରହ୍ମପୁରରେ ଦୁଇ ଦୁଇ ଥର ଭିଡ ହିଂସା ଓ ହତ୍ୟା ଉଦ୍ୟମ ସାଧାରଣ ଲୋକଙ୍କ ସାମନାରେ ଅପରାଧ ଘଟାଇଛନ୍ତି । କିନ୍ତୁ ପୋଲିସ ହାତରେ ହାତ ବାନ୍ଧି ବସିଛି । ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ସଂପୂର୍ଣ୍ଣ ପଙ୍ଗୁ ହୋଇଯାଇଛି ।

ବ୍ରହ୍ମପୁରର ଜନଗହଳିପୂର୍ଣ୍ଣ ବଡ଼ ବଜାର ପୋଲିସ ଷ୍ଟେସନ ପାଖରେ ମଙ୍ଗଳା ବେହେରା ନାମକ ଏକ ଯୁବକକୁ ଦୁଇଜଣ ଯୁବକ ଜଗା ସାହୁ ଓ ଅନ୍ୟ ଜଣେ ଖଣ୍ଡା ଦ୍ୱାରା ସର୍ବସମ୍ମୁଖରେ ହାଣିବାର ଦୃଶ୍ୟ ସାରା ଓଡ଼ିଶାବାସୀଙ୍କ ଛାତି ଥରାଇ ଦେଇଛି । ସବୁଠୁ ବଡ଼ ପ୍ରଶ୍ନ ହେଲା ଅପରାଧି ଆଇନ କାନୁନ ପ୍ରତି ଭୟଭିତ ନାହାନ୍ତି କାହିଁକି? କାରଣ ପୋଲିସର ବେପରୁଆ ମନୋଭାବ ଅପରାଧିଙ୍କୁ ପ୍ରଶୟ ଯୋଗାଉଛି । ଗୋଟିଏ ପଟରେ ମୁଖ୍ୟମନ୍ତ୍ରୀ ଛୁଟି ଦିନରେ ମଧ୍ୟ ପୋଲିସ ଅଫିସରଙ୍କ ସାଥିରେ ବସି କାମ କରୁଛି ବୋଲି ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ଅନ୍ୟପଟରେ ଅପରାଧି ଭୟମୁକ୍ତ ହୋଇ ବାରମ୍ବାର ଅପରାଧ କରିଚାଲିଛନ୍ତି । ଭୁବନେଶ୍ୱରରେ ଜଣେ ମହିଳା ଟ୍ରାଫିକ କନେଷ୍ଟବଳଙ୍କୁ ଅନ୍ୟଜଣେ ପୋଲିସ କର୍ମଚାରୀଙ୍କ ଦ୍ୱାରା ହତ୍ୟା, ବାଲିଅନ୍ତାରେ ଜଣେ ପୋଲିସ କର୍ମଚାରୀଙ୍କ ଭିଡ ହିଂସା ଦ୍ୱାରା ହତ୍ୟା ଏବଂ ଅନୁଗୁଳରେ ଜଣେ ମହିଳା ପୋଲିସ ଅଫିସର ଉପରିସ୍ଥ ଅଫିସରଙ୍କ ଦ୍ୱାରା ନିର୍ଯାତିତ ଏହା ପ୍ରମାଣିତ କରୁଛି ଯେ ପୋଲିସ ନିଜେ ନିଜର ସୁରକ୍ଷା ଦେବାକୁ ଅକ୍ଷମ । ପୋଲିସ କ’ଣ ଜନତାଙ୍କୁ ସୁରକ୍ଷା ଦେବ । ରାଜ୍ୟରେ ଗଣଦୁଷ୍କର୍ମ ଚିନ୍ତାଜନକ ବୃଦ୍ଧି ପାଇଛି । ମହିଳା ନିଜ ସୁରକ୍ଷା ପାଇଁ ଆଜି ଚିନ୍ତିତ । ରାଜ୍ୟରେ ନିହାତି ଏକ ଦୁର୍ବଳ ଶାସନ ଚାଲିଛି । ସରକାରଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଅପରାଧ ହିଂସା ଓ ଅପାରଗତାରେ ଓଡ଼ିଶା ଏକ ନମ୍ବର ସ୍ଥାନ ଅଧିକାର କରିବ ବୋଲି ଜଣାପଡ଼ିଲାଣି । ଯଦି ଜନତାଙ୍କୁ ସୁରକ୍ଷା, ନ୍ୟାୟ ଓ ଅଧିକାର ଦେବାପାଇଁ ମୁଖ୍ୟମନ୍ତ୍ରୀ ସକ୍ଷମ ନାହାନ୍ତି ତେବେ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ଡ. ପଟ୍ଟନାୟକ କଂଗ୍ରେସ ଦାବି କରୁଛି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ବରିଷ୍ଠ ମୁଖପାତ୍ର ମନୋରଞ୍ଜନ ଦାଶ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking