34.1 C
Bhubaneswar
Monday, May 25, 2026
Homeଓଡିଶାଆଜିଠୁ ‘ନୌତପା’: କଲବଲ କରିବ ତାତି

ଆଜିଠୁ ‘ନୌତପା’: କଲବଲ କରିବ ତାତି

ଭୁବନେଶ୍ୱର: ପୂରା ଦେଶରେ ଜାରି ରହିଛି ଭୀଷଣ ଗ୍ରୀଷ୍ମ ପ୍ରବାହ। ଆକାଶରୁ ନିଆଁ ବର୍ଷୁଛି । ଜଳୁଛି ପଶ୍ଚିମ ଓଡ଼ିଶା । ଆହୁରି ୪ଦିନ ଏମିତି କଲବଲ କରିବ ତାତି। ଲଗାତାର ୪୫ ଡିଗ୍ରି ଉପରେ ରହୁଛି ତାପମାତ୍ରା । ଏପଟେ ଉପକୂଳରେ ତାତିର ପ୍ରକୋପ ସେଭଳି ନାହିଁ। ହେଲେ ଆର୍ଦ୍ରତା ବୃଦ୍ଧି କାରଣରୁ ଦହଗଞ୍ଜ କରୁଛି ଗୁଳଗୁଳି। ଭୀଷଣ ଗରମରେ ଜନଜୀବନ ଅସ୍ତବ୍ୟସ୍ତ। ସପ୍ତାହେ ହେଲାଣି ଏ ସ୍ଥିତିରେ ପରିବର୍ତ୍ତନ ଘଟୁନି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆଜିଠାରୁ ଆରମ୍ଭ ହୋଇଛି ନୌତପା। ବିଶ୍ୱାସ କରାଯାଏ ଯେ ଯେତେବେଳେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରରେ ପ୍ରବେଶ କରନ୍ତି। ସେବେ ବର୍ଷର ସବୁଠାରୁ ଗରମ ଏବଂ ପ୍ରଭାବଶାଳୀ ୯ ଦିନ ପଡ଼େ, ଯାହା ନୌତପା ନାମରେ ପରିଚିତ। ନୌତପା ଆଜି ଅର୍ଥାତ୍ ୨୫ ମେ’ରୁ ଆରମ୍ଭ ହୋଇ ୨ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ। ବର୍ଷର ଏହି ନଅ ଦିନ ପୃଥିବୀରେ ସୂର୍ଯ୍ୟ ଦେବଙ୍କ ସବୁଠାରୁ ତୀବ୍ର ରୂପ ଦେଖାଯାଏ।ଓଡ଼ିଶାରେ ଏବେ ନୌତପାର ପ୍ରଭାବ ଦେଖିବାକୁ ମିଳୁଛି। ଜଳୁଛି ପୂରା ଓଡ଼ିଶା। ଆଗାମୀ ୩ ଦିନ ଯାଏଁ ତାତିରୁ ତ୍ରାହି ନାହିଁ। ୩ ଦିନ ଯାଏ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking