ଚେନ୍ନଇ: ନିକଟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ସି. ଜୋସେଫ୍ ବିଜୟ। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କୁ ଏକ ବିଶେଷ ଉପହାର ମିଳିଛି। ଭାରତୀୟ କ୍ରିକେଟ୍ ତାରକା ବିରାଟ କୋହଲିଙ୍କ ଅଟୋଗ୍ରାଫ୍ ଥିବା ଏକ ବ୍ୟାଟ୍ ବିଜୟଙ୍କୁ ଉପହାର ଭାବେ ମିଳିଛି। ମୁଖ୍ୟମନ୍ତ୍ରୀ ବିଜୟ ଏହି ବ୍ୟାଟ୍ ଧରିଥିବା ପଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ବିରାଟଙ୍କ ବ୍ୟାଟ୍ର ପ୍ରାୟୋଜକ ଏମ୍ଆର୍ଏଫ୍ର ଅଧିକାରୀ ଏହି ବ୍ୟାଟ୍ ବିଜୟଙ୍କୁ ପ୍ରଦାନ କରିଥିଲେ। ବିଜୟ ଏକ ସ୍ବତନ୍ତ୍ର ପୋଷାକ ପିନ୍ଧି କାନ୍ଧରେ ସୁନା ଜରି ବର୍ଡର ଥିବା ଏକ ପାରମ୍ପରିକ ଉତ୍ତରୀୟ ପକାଇଛନ୍ତି। ବିଜୟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଜନ ନାୟଗନ୍’ର ରିଲିଜ୍ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।










