30.1 C
Bhubaneswar
Saturday, May 23, 2026
Homeଓଡିଶାନିଯୁକ୍ତ ହେବେ ଅତିଥି ଅଧ୍ୟାପକ

ନିଯୁକ୍ତ ହେବେ ଅତିଥି ଅଧ୍ୟାପକ

ନୂଆଦିଲ୍ଲୀ: ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତ ହେବେ ଅତିଥି ଅଧ୍ୟାପକ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ସମସ୍ତ ଟିଚର ଏଡ୍ୟୁକେସନ୍‌ ଇନଷ୍ଟିଟ୍ୟୁସନ୍‌ ଅଧ୍ୟକ୍ଷ ମାନଙ୍କୁ ଏନସିଟିଇ ନିୟମାବଳୀ ଅନୁଯାୟୀ ନୂଆ ପ୍ୟାନେଲ୍‌ ପ୍ରସ୍ତୁତ କରି ଚୁକ୍ତିଭିତ୍ତିକ ଭାବେ ଅଧ୍ୟାପକ ନିଯୁକ୍ତି କରିବାକୁ କୁହାଯାଇଛି। ଆସନ୍ତା ଜୁଲାଇ ୧ ତାରିଖରୁ କାର୍ୟ୍ୟରେ ଯୋଗଦେବାକୁ ଲକ୍ଷ୍ୟ ଧାର୍ୟ୍ୟ ହୋଇଛି। ବିଏଡ୍‌ ଓ ଏମଏଡ୍‌ କୋର୍ସ ପାଇଁ ଯୋଗ୍ୟ ଶିକ୍ଷକମାନଙ୍କ ନୂଆ ପ୍ୟାନେଲ୍‌ ଗଠନ କରାଯିବ। ବିଶେଷ କରି ଏଡ୍ୟୁକେସନାଲ୍‌ ଷ୍ଟଡିଜ୍‌, ସାଇନ୍ସ, ସୋସିଆଲ୍‌ ସାଇନ୍ସ, ଭାଷା ଓ ଗଣିତ ଶିକ୍ଷା ପଦ୍ଧତି, ହେଲ୍ଥ ଏବଂ ଫିଜିକାଲ୍‌ ଏଡ୍ୟୁକେସନ୍‌, ଫାଇନ୍‌ ଆର୍ଟ୍ସ ଓ ପର୍ଫର୍ମିଂ ଆର୍ଟ୍ସ ଭଳି ବିଷୟ ପାଇଁ ଅଧ୍ୟାପକ ନିଯୁକ୍ତି ହେବ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ଗେଷ୍ଟ ଫ୍ୟାକଲ୍ଟିଙ୍କ ନିଯୁକ୍ତି ୯ ମାସ ପାଇଁ ରହିବ। ବିଏଡ୍‌ ପ୍ରୋଗ୍ରାମରେ ନିଯୁକ୍ତ ଅସିଷ୍ଟାଣ୍ଟ ପ୍ରୋଫେସରଙ୍କୁ ପ୍ରତିମାସ ୩୫ ହଜାର ଟଙ୍କା ପରିଶ୍ରମିକ ଦିଆଯିବ। ସେହିପରି ଏମଏଡ୍‌ ପ୍ରୋଗ୍ରାମ୍‌ରେ ଅସୋସିଏଟ୍‌ ପ୍ରୋଫେସରଙ୍କୁ ୪୦ ହଜାର ଓ ପ୍ରଫେସରଙ୍କୁ ୫୦ ହଜାର ଟଙ୍କା ମାସିକ ପରିଶ୍ରମିକ ନିର୍ଦ୍ଧାରଣ କରାଯାଇଛି। ଏଥର ନିଯୁକ୍ତି ପ୍ରକ୍ରିୟାକୁ ପୂରାପୂରି ଡିଜିଟାଲ୍‌ ଓ ସ୍ୱଚ୍ଛ କରିବାକୁ ସରକାର ଜୋର ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking