30.1 C
Bhubaneswar
Sunday, May 24, 2026
Homeଦେଶ ବିଦେଶ୪ ଦିନିଆ ଭାରତ ଗସ୍ତରେ ମାର୍କୋ ରୁବିଓ

୪ ଦିନିଆ ଭାରତ ଗସ୍ତରେ ମାର୍କୋ ରୁବିଓ

ନୂଆଦିଲ୍ଲୀ: ଆମେରିକାର ବିଦେଶ ସଚିବ ମାର୍କୋ ରୁବିଓ, ତାଙ୍କ ପତ୍ନୀ ଜିନେଟ୍ ଡି ରୁବିଓ, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଓ ଆମେରିକାର ପ୍ରମୁଖ ଉପ-ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଗାବ୍ରିଏଲ୍‌ଙ୍କ ସହିତ ଶନିବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ରୁବିଓ ଶନିବାର ସକାଳେ କୋଲକାତାରେ ଆସି ପହଞ୍ଚି ଥିଲେ। ସେ ମିଶନାରିଜ୍‌ ଅଫ୍‌ ଚାରିଟି ପରିଦର୍ଶନ କରି ମଦର ଟେରେସାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରୁବିଓ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ମଦର ଟେରେସା କରୁଣା ଓ ସେବାର ଏକ ମହାନ ଐତିହ୍ୟ ଛାଡିଯାଇଛନ୍ତି ବୋଲି ଲେଖିଛନ୍ତି। ମଦର ଟେରେସାଙ୍କ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଦେବା ଓ କ୍ୟାଥୋଲିକ ବିଶ୍ୱାସର ଜୀବନ୍ତ ଉଦାହରଣକୁ ଦେଖିବା ପାଇଁ ସେ ମିଶନାରିଜ୍ ଅଫ୍ ଚାରିଟି ପରିଦର୍ଶନ କରି ସମ୍ମାନିତ ଅନୁଭବ କରୁଛି ବୋଲି ନିଜ ପୋଷ୍ଟରେ ରୁବିଓ ଲେଖିଥିଲେ। ୨୦୧୨ ମେ ମାସରେ ହିଲାରୀ କ୍ଲିଣ୍ଟନଙ୍କ କୋଲକାତା ଗସ୍ତ କରିବା ପରେ ରୁବିଓ ପ୍ରଥମ ଆମେରିକୀୟ ବିଦେଶ ସଚିବ ଭାବରେ କୋଲକାତାରେ ଗସ୍ତ କରିଥିଲେ।

ରୁବିଓ ମେ ୨୩ ରୁ ୨୬ ତାରିଖ ପର୍ଯ୍ୟନ୍ତ ଭାରତରେ ରହିବେ। ରୁବିଓଙ୍କ ଗସ୍ତସୂଚୀରେ ଆଗ୍ରା, ଜୟପୁର ଓ ନୂଆଦିଲ୍ଲୀ ଗସ୍ତ ମଧ୍ୟ ରହିଛି। ରୁବିଓ କୋଲକାତା ଗସ୍ତ ସାରି ଶନିବାର ନୂଆଦିଲ୍ଲୀରେ ପହଞ୍ଚି ଥିଲେ। ନୂଆଦିଲ୍ଲୀରେ ତାଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ ବରିଷ୍ଠ ମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହାସହିତ କ୍ୱାଡ୍ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନଙ୍କ ସହିତ ବୈଠକ ପାଇଁ ଏହି ବୈଠକକୁ କୂଟନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଭାବରେ ଦେଖାଯାଉଛି। କ୍ବାଡ ବୈଠକ ମେ ୨୬ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିରେ ରୁବିଓଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ବିଦେଶ ମନ୍ତ୍ରୀ ପେନ୍ନି ୱଙ୍ଗ ଓ ଜାପାନର ବିଦେଶ ମନ୍ତ୍ରୀ ମୋଟେଗି ତୋଶିମିତ୍ସୁ ଅଂଶଗ୍ରହଣ କରିବେ। ଭାରତର ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର କ୍ବାଡ ବୈଠକରେ ଅଧ୍ୟକ୍ଷତା କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking