34.1 C
Bhubaneswar
Friday, May 22, 2026
Homeଓଡିଶାଶାରୀରିକ ଶିକ୍ଷା ଅଧିକାରୀଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଶାରୀରିକ ଶିକ୍ଷା ଅଧିକାରୀଙ୍କ ରାଜ୍ୟସ୍ତରୀୟ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ବର: ରାଜ୍ୟର ଶାରିରୀକ ଶିକ୍ଷା ଅଧିକାରୀମାନଙ୍କୁ ନେଇ ଦୁଇ ଦିବସୀୟ ଦିଗଦର୍ଶନ ତଥା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବିରେନ୍ଦ୍ର କର୍କରା ଉଦଘାଟନ କରିବା ସହ ସମସ୍ତ ଅଧିକାରୀମାନଙ୍କୁ ଦିଗଦର୍ଶନ ଦେଇଛନ୍ତି । ସେହିପରି ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ଫୁଲମଣି ମୁର୍ମୁ ଉପସ୍ଥିତ ଥିଲେ । ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ୬ ଗୋଟି କ୍ରୀଡ଼ା ଯଥା- ଯୋଗାସନ, ଟାଇକୋଣ୍ଡୋ, ସଫ୍ଟବଲ୍, ଉଷୁ, ସାଇକେଲିଂ ଓ ସ୍କେଟିଂ କ୍ରୀଡାର ପ୍ରଶିକ୍ଷମାନେ ଯୋଗ ଦେଇଥିଲେ ଏବଂ ଶାରୀରିକ ଶିକ୍ଷା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ଉଷୁର ଅନ୍ତର୍ଜାତୀୟ ପ୍ରଶିକ୍ଷକ ଶ୍ରୀ ପ୍ରଦ୍ୟୁମ୍ନ ବେହେରା, ସାଇକେଲିଂ ଆସୋସିଏସନର ସମ୍ପାଦକ ଶ୍ରୀ ପ୍ରସନ୍ନ ରାଉତ, ସ୍କେଟିଂ ସଂଘର ସହସଂଯୋଜକ ପ୍ରଦ୍ୟୁମ୍ନ କିଶୋର ପ୍ରହରାଜ ଓ କୋଚ୍ ନିମିଶ୍ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ମଇ ୨୧-୨୨ ରେ ଅନୁଷ୍ଠିତ ହୋଇଥିବା ଦିଗଦର୍ଶନ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ ଗୋଟି ଜିଲ୍ଲାର ଶାରିରୀକ ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରୁ ତାଲିମ୍ ନେବା ପରେ ନିଜ ନିଜ ଜିଲ୍ଲାରେ ଏହାର ପ୍ରଚାରପ୍ରସାର କରିବା ନିମନ୍ତେ ନିର୍ଦ୍ଦେଶକ ଶ୍ରୀ କର୍କରା ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟକ୍ରମକୁ ସହକାରୀ ଶାରିରୀକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତି ପ୍ରସାଦ ପରିଡ଼ା ପରିଚାଳନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking