ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନ୍ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିିତ ହୋଇଯାଇଛି । ସକାଳେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ରାଜୀବ ଭବନ ପରିସରରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପିସିସି କାର୍ଯ୍ୟାଳୟ ଠାରେ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲଶ । ଆଜିର ଏହି ସମସ୍ତ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଜୟଦେବ ଜେନା, ଶିବାନନ୍ଦ ରାୟ, ସୁରେଶ କୁମାର ରାଉତରାୟ, ପୃଥିବୀ ବଲ୍ଲଭ ପଟ୍ଟନାୟକ, ପ୍ରକାଶ ଜେନା, ଚିନ୍ମୟ ପ୍ରସାଦ ବେହୁରା, ଚିନ୍ମୟ ସୁନ୍ଦର ଦାସ, ପ୍ରକାଶ ମିଶ୍ର, ସୁଦର୍ଶନ ଦାସ, ତରୁଣ ମିଶ୍ର, ଅଭୟ ସାହୁ, ଭାସ୍କର ସେଠୀ, ମିହିର ଆଚାର୍ଯ୍ୟ, ସୁଶାନ୍ତ ତ୍ରିପାଠୀ, ସଂଜୟ ମିଶ୍ର, ଜୟସ୍ମିତା ମହାନ୍ତି, ରଜନୀ ମହାନ୍ତି, ଲିଙ୍ଗରାଜ ସାହୁ, ଶିଳ୍ପିଶ୍ରୀ ହରିଚନ୍ଦନ, ଆଲୋକ ମହାନ୍ତି, କାର୍ତ୍ତିକ ଚନ୍ଦ୍ର ବରାଳ, ଜ୍ୟୋତିଷ ସାହୁ, ଉଷାରାଣୀ ବେହେରା, ଶ୍ରୀୟା ମହାନ୍ତି, ସାସ୍ୱତୀ ମହାନ୍ତି, ମୋହନ ହେମ୍ବ୍ରମ, ସୁଭାଷ ପ୍ରଧାନ, ଖଗେଶ୍ୱର ମଲ୍ଲିକ, ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।










