30.1 C
Bhubaneswar
Thursday, May 21, 2026
Homeଓଡିଶାନ୍ୟାୟ ବ୍ୟବସ୍ଥା ସରକାର ଭାଙ୍ଗିଲେ, କାର୍ଯ୍ୟକାରୀ କରିବ କିଏ?

ନ୍ୟାୟ ବ୍ୟବସ୍ଥା ସରକାର ଭାଙ୍ଗିଲେ, କାର୍ଯ୍ୟକାରୀ କରିବ କିଏ?

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ଭୂଷଡ଼ି ପଡିଛି ଓ ଆଶ୍ଚର୍ଯ୍ୟଜନକ ଭାବେ ଭିଡହିଂସା, ହତ୍ୟା ଓ ଦୁଷ୍କର୍ମ ବୃଦ୍ଧି ପାଇ ରାଜ୍ୟ ସମ୍ପୂର୍ଣ ଜଙ୍ଗଲୀ ଶାସନ ଦିଗକୁ ମୁହାଁଉଁଥିବାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l ଏହି ସମ୍ମିଳନୀରେ ଯୋଗଦେଇ ପରିବେଶବିତ ତଥା କଂଗ୍ରେସ ନେତା ସୁଧାଂଶୁ ଦେଓ କହିଛନ୍ତି, ହତ୍ୟା, ଦୁଷ୍କର୍ମ ଓ ଗଣଦୁଷ୍କର୍ମରେ ଓଡିଶା ଏକ ନମ୍ବର ହୋଇ ବଦନାମ ହୋଇଥିଲା ବର୍ତ୍ତମାନ ପଶୁତୁଲ୍ୟ ଭିଡହିଂସା ଲଗାତାର ଘଟିବା ରାଜ୍ୟବାସୀଙ୍କ ପାଇଁ ଉଦବେଗର ବିଷୟ ପାଲଟିଛି l ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଅପରାଧ ବୃଦ୍ଧି ପାଇବାର ମୁଖ୍ୟ କାରଣ ହେଲା ବିଜେପି ଓ ଆରଏସଏସର ବିଭାଜନକାରୀ ହିଂସ୍ର ବିଚାରଧାରା l କେତେବେଳେ ବାଂଲାଦେଶୀ ନାମରେ ତ କେତେବେଳେ ଗୋରୁଚାଲାଣ ନାମରେ ଭିଡ ହିଂସା କରି ହତ୍ୟା କରା ଯାଉଛି l ବାଲିଅନ୍ତା, କଣାସ ପୁଣି ବ୍ରହ୍ମପୁର ସାରା ରାଜ୍ୟରେ ଭିଡ଼ହିଂସା ଵ୍ୟାପି ଗଲାଣି ଅଥଚ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି l ସରକାରଙ୍କ ନୀରବତା ଅପରାଧୀଙ୍କୁ ଅଧିକ ଅପରାଧ ଘଟାଇବା ପାଇଁ ପ୍ରଶ୍ରୟ ଯୋଗାଉଛି l ଆଶ୍ଚର୍ଯ୍ୟର କଥା ଭିଡିଓ ମାଧ୍ୟମରେ ସାରା ଓଡିଶା ବାଲିଅନ୍ତାର ବର୍ବର ଭିଡହିଂସା ଦେଖିଲା କିନ୍ତୁ ସରକାର ଭିଡ଼ ହିଂସା ଘଟିନି ବୋଲି କହିଲେ l ଏହାଠାରୁ ବଳି ଦୁର୍ଭାଗ୍ୟଜନକ ଘଟଣା କଣ ହୋଇ ଥାଇପାରେ! ଏସବୁ ଦୋଷକୁ ଘଣ୍ଟ ଘୋଡାଇ ସରକାର ନିଜେ ନ୍ୟାୟ ବ୍ୟବସ୍ଥା ଭାଙ୍ଗୁଛନ୍ତି ବୋଲି ଶ୍ରୀ ଦେଓ କହିବା ସହ ତତକ୍ଷଣାତ ନ୍ୟାୟ ବା ଘଟଣାସ୍ଥଳରେ ଦଣ୍ଡବିଧାନ କରିବା ସମ୍ବିଧାନର ସିଧାସଳଖ ବିରୋଧ ବୋଲି କହିଛନ୍ତି l

ଲୋକଙ୍କୁ ଆଇନକୁ ହାତକୁ ନ ନେବା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଅପିଲ କରନ୍ତୁ ବୋଲି ଆହ୍ୱାନ ଜଣାଇଛନ୍ତି l ସମ୍ମିଳନୀରେ ଉପସ୍ଥିତ ଥିବା ନିମାପଡା ବିଧାୟକ ପ୍ରାର୍ଥୀ ସିଦ୍ଧାର୍ଥ ରାଉତରାୟ କହିଲେ, ବିଜେପି ଦଳର ନେତା ମନ୍ତ୍ରୀ ଅଫିସର ଅମଲାଙ୍କୁ ସର୍ବସାଧାରଣରେ ଧମକ ଚମକ ଦେବାର ଅର୍ଥ କଣ ? ଯେଉଁଠି ଅପରାଧ ଘଟୁଛି ଅପରାଧୀର ସ୍ଥାନୀୟ ଶାସକ ଦଳର ନେତାଙ୍କ ସହ ସମ୍ପର୍କଥିବା ସୂଚନା ମିଳୁଛି l ହତ୍ୟା, ଡକାୟତି, ଗୁଣ୍ଡାଗିରି, ଦୁଷ୍କର୍ମ ଆଦି କାର୍ଯ୍ୟକଳାପ କଲେ ରାଜନୈତିକ ନେତା ହୋଇ ପାରିବ ବୋଲି ଯୁବ ସମାଜକୁ ବାର୍ତ୍ତା ଦେଉଛନ୍ତି କି ବୋଲି ଶାସକ ଦଳଙ୍କୁ ପ୍ରଶ୍ନ ପଚାରିବା ସହ ଗୃହବିଭାଗ ବିଷୟରେ ବିଭାଗୀୟ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିବୃତି ନଦେଇ ଆଇନ ମନ୍ତ୍ରୀ କାହିଁକି ଗୃହବିଭାଗ କାର୍ଯ୍ୟ ବିଷୟରେ ମୁଣ୍ଡ ଖେଳାଉଛନ୍ତି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ ପଚାରିଥିଲେ l ସମ୍ମିଳନୀରେ ଉପସ୍ଥିତ ପିସିସି ମୁଖପାତ୍ର ହିମାଂଶୁ ଲେଙ୍କା ସରକାରଙ୍କ ଅପାରଗତାକୁ ଖୁବ ସମାଲୋଚନା କରି ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆଇନ ଶୃଙ୍ଖଳାକୁ ନେଇ ଘୋର ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking