30.1 C
Bhubaneswar
Wednesday, May 20, 2026
Homeଓଡିଶାବଜ୍ରାଘାତରେ ଚାଷୀଙ୍କର ଅକାଳ ମୃତ୍ୟୁ

ବଜ୍ରାଘାତରେ ଚାଷୀଙ୍କର ଅକାଳ ମୃତ୍ୟୁ

ବେତନଟୀ: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଗ୍ରାମର ଜନୈକ ଚାଷୀ ବିଲକୁ ଖତ ବୁଣିବାକୁ ଯାଇଥିବା ବେଳେ ତାଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଛି l ସୂଚନା ଅନୁଯାୟୀ, ମାନଗୋବିନ୍ଦପୁର ଉପକଣ୍ଠ ବାଉଁଶବଣିଆ ସାହିର ବାଣ୍ଠୁ ସିଂଙ୍କ ପୁଅ ନୀଳମାଧଵ ଗତକାଲି ଅପରାହ୍ନରେ ବିଲକୁ ଖତ ବୁଣିବାକୁ ଯାଇଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲା l ତେବେ ପରିବାର ଲୋକ ଚାରିଆଡେ ଖୋଜାଖୋଜି କରିଥିଲେ ଵି କେଉଁଠି ପାଇନଥିଲେ, ପରେ ବିଳମ୍ବିତ ରାତିରେ ବିଲ ଆଡେ ଯାଇ ଖୋଜି ଥିଲେ ଓ ଶେଷରେ ଗୋଟେ ହିଡ଼ ପାଖରେ ନୀଳମାଧବଙ୍କର ସଂଜ୍ଞାହୀନ ଶରୀରଉଦ୍ଧାର କରିଥିଲେ ନୀଳମାଧଵଙ୍କର ଦେହ ବିଭିନ୍ନ ସ୍ଥାନରେ ପୋଡ଼ି ଯାଇଥିବା ଦେଖି ପରିବାର ଲୋକ ନୀଳାମଧବ ଗତକାଲି ସନ୍ଧ୍ୟାରେ ଘଟି ଯାଇଥିବା କଳାବୈଶାଖୀ ଜନିତ ଝଡତୋଫାନ ଓ ବଜ୍ରାଘାତରେ ହୋଇଥିବା ନେଇ ସୁନିଶ୍ଚିତ ହୋଇଥିଲେ l ପରେ ସକାଳେ ନୀଳମାଧବଙ୍କୁ ନେଇ ମାଣତ୍ରୀ ଡାକ୍ତରଖାନା ଯାଇଥିଲେ ଓ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରଥିଲେ l ଖବର ପାଇ ମାଣତ୍ରୀ ଫାଣ୍ଡି ଅଧିକାରୀ ଲମ୍ବୋଦର ବାରିକ ଘଟଣା ସ୍ଥଳରେ ପହଞ୍ଚି ୨୪ନଂରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking