30.1 C
Bhubaneswar
Thursday, May 21, 2026
Homeଓଡିଶାପଞ୍ଜାବରେ ଅଦିନିଆ ରଥଯାତ୍ରାକୁ ବିରୋଧ

ପଞ୍ଜାବରେ ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ: ପଞ୍ଜାବ ଫିରୋଜପୁରରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚିଠି । ଆଗାମୀ ମେ’୨୩ ତାରିଖରେ ପଞ୍ଜାବରେ ଅଦିନିଆ ରଥଯାତ୍ରା ପ୍ରସ୍ତୁତିକୁ ମନ୍ଦିର ପ୍ରଶାସନ ଦୃଢ ବିରୋଧ କରିଛି । ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଫିରୋଜପୁର ଡେପପୁଟି କମିସନର ତଥା ଜିଲ୍ଲାପାଳ ଦୀପଶିଖା ଶର୍ମାଙ୍କୁ ଚିଠି ଲେଖି ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଅପିଲ କରିଛନ୍ତି । ଆସନ୍ତା ମେ ୨୩ରେ ପଞ୍ଜାବ ଫିରୋଜପୁରରେ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରାଯାଇଛିା ଫିରୋଜପୁର କ୍ୟାଣ୍ଟମେଣ୍ଟ ଠାରେ ଏହି ଅଦିନିଆ ରଥଯାତ୍ରା ପାଳନ କରିବା ପାଇଁ ବ୍ୟବସ୍ଥା ଚାଲିଛି । ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ସ୍ପଷ୍ଟ କରିଛନ୍ତି ଯେ, ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାରମ୍ପରିକ ବିଧି ଅନୁସାରେ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବ । ତେଣୁ ନିର୍ଦ୍ଧାରିତ ତିଥି ପୂର୍ବରୁ ବା ପରେ ରଥଯାତ୍ରା କରିବା ଶାସ୍ତ୍ର ବିରୋଧୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking