କେନ୍ଦୁଝର: ବାଉରିପଦା ପଞ୍ଚାୟତ ରେ ଆଜି ଦେବାକୁ ଥିଲା ଭତ୍ତା । ଏଣୁ ସକାଳୁ କେନ୍ଦୁଝର ଏଚଡିଏଫସି ବ୍ୟଙ୍କରୁ ବାଉରିପଦା ପିଇଓ ଏବଂ ଏଡିଇଓ ମିଶି ୮ ଲକ୍ଷ ୧୮ ହଜାର ଏକ ଶହ ଟଙ୍କା ଉଠାଇ ପଞ୍ଚାୟତ ଅଭିମୁଖେ ବାଇକରେ ଯାଉଥିଲେ । ଉଭୟଙ୍କୁ ଜଣାନଥିଲା ଯେ କେହି ଜଣେ ତାଙ୍କୁ ପିଛା କରୁଛି ବୋଲି । ସଦର ଥାନା ମୁକୁନା ବଜାର ଠାରୁ କିଛି ଦୂରରେ ପଲସର ବାଇକରେ ଥିବା ତିନି ଜଣ ହଠାତ ତାଙ୍କ ସାମ୍ନାରେ ବାଇକ ରଖି ତାଙ୍କୁ ଟଙ୍କା ଭରା ବ୍ୟାଗ ମାଗିଲେ । ଦୁହେଁ ନ ଦେବାରୁ ବନ୍ଧୁକ ବାହାର କରି ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିଲେ । ଗୁଳି ଫୁଟାଇ ଦୁଇ ଅଧିକାରୀଙ୍କ ଦୁଇଟି ବ୍ୟାଗକୁ ଛଟାଇ ନାଲି ପଲସର ଗାଡିରେ ବେଲଦା ଅଭିମୁଖେ ପଳାଇ ଯାଇଥିଲେ । ପରେ ପିଇଓ ଫୋନ ମାଧ୍ୟମରେ ସଦର ବିଡିଓଙ୍କୁ ଅବଗତ କରାଇଥିଲେ । ସବୁ କଥା ଶୁଣିବା ପରେ ଅଧିକାରୀମାନେ ସଦର ବିଡିଓ ଙ୍କୁ ଅବଗତ କରାଇଥିଲେ ।










