30.1 C
Bhubaneswar
Saturday, May 16, 2026
Homeଦେଶ ବିଦେଶକେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ : ମଲ୍ଲିକାର୍ଜୁନ ଖଡ଼ଗେ

କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ : ମଲ୍ଲିକାର୍ଜୁନ ଖଡ଼ଗେ

ମୋଦୀ ସରକାରରେ “ଅମୃତ କାଳ” ନିଯୁକ୍ତି-ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ “ମୃତ କାଳ” ସାବ୍ୟସ୍ତ ହେଉଛି। ଖବର ଅନୁଯାୟୀ, ଅନେକ ଛାତ୍ରଛାତ୍ରୀ NEET ପେପର ଲିକ୍‌ର ଆଘାତ ଯୋଗୁଁ ଆତ୍ମହତ୍ୟା କରିଛନ୍ତି।ଲଖିମପୁର ଖେରୀର ରିତିକ ମିଶ୍ର, ଦିଲ୍ଲୀର ୨୦ ବର୍ଷୀୟା ଅଂଶିକା ପାଣ୍ଡେ, ରାଜସ୍ଥାନର ଝୁନଝୁନୁର ପ୍ରଦୀପ ମେଘୱାଲ, ଗୋଆରେ ରହୁଥିବା ବେଙ୍ଗାଲୁରୁର ଛାତ୍ର – ସମସ୍ତେ ଏହି ଆତ୍ମଘାତୀ ପଦକ୍ଷେପ ନେଇଛନ୍ତି। କିଏ ପିଲାଦିନୁ ସ୍ୱପ୍ନ ଦେଖିଥିଲା, ତ କିଏ ପରିବାରର ଆଶା ପାଇଁ ସବୁକିଛି ବାଜି ଲଗାଇ ଦେଇଥିଲା, ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥିଲା। କିନ୍ତୁ ମୋଦୀ ସରକାରଙ୍କ ଦୁର୍ନୀତିଗ୍ରସ୍ତ ଏବଂ ଅପାରଗ ବ୍ୟବସ୍ଥା ସେମାନଙ୍କ ସ୍ୱପ୍ନକୁ ଚୂରମାର କରିଦେଲା।

ମୋଦୀ ଶାସନରେ ୯୦ ରୁ ଅଧିକ ପେପର ଲିକ୍ ହୋଇସାରିଛି। ୯ କୋଟିରୁ ଅଧିକ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ପ୍ରଭାବିତ ହୋଇଛନ୍ତି। ବେକାରୀର ନିଆଁ ପୂର୍ବରୁ ହିଁ ଯୁବପିଢ଼ିଙ୍କ ଭବିଷ୍ୟତ ନଷ୍ଟ କରୁଛି। ବିଜେପି ସଂରକ୍ଷିତ ପେପର ଲିକ୍ ମାଫିଆ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରୀକ୍ଷା କରାଇବା ସରକାରଙ୍କ ଦାବିର ଧଜିଆ ଉଡ଼ାଉଛି। ପ୍ରଧାନମନ୍ତ୍ରୀ ମୋଦୀ ଜୀ ଏବେ ନିଜେ “ଫ୍ୟାକ୍ଟ ଚେକ୍” (ତଥ୍ୟ ଯାଞ୍ଚ) କରିବାକୁ ଲାଗିଛନ୍ତି… ଗତକାଲି ସେ “Ease of Living” (ସହଜ ଜୀବନଧାରଣ) ଉପରେ tweet କରିଥିଲେ, କିନ୍ତୁ NEET ପେପର ଲିକ୍ ଏବଂ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଉପରେ ଚୁପ୍ ରହିଲେ।

୨୦୨୪ NEET ପେପର ଲିକ୍ ମାମଲାରେ ଯେଉଁ ଅଧିକାରୀମାନଙ୍କ ଉପରେ ପ୍ରଶ୍ନ ଉଠିଥିଲା, ସେମାନଙ୍କୁ ଦଣ୍ଡ ମିଳିଲାନି, ବରଂ ଗୁରୁତ୍ୱପୂର୍ଣ୍ଣ ଓ ଲାଭଦାୟକ ପଦବୀ ଦିଆଗଲା। ଏହି କାରଣରୁ ପ୍ରତିବର୍ଷ ଯୁବପିଢ଼ିଙ୍କ ଭବିଷ୍ୟତ ଲୁଟ୍ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ ଏବେ Delhi Medical Association ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛି। ଏବେ ପାଣି ମୁଣ୍ଡ ଉପରକୁ ଗଲାଣି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ମୋଦୀ ଜୀ “ପରୀକ୍ଷା-ଲିକ୍ ଉପରେ ଚର୍ଚ୍ଚା” କରନ୍ତୁ, ଚୁପ୍ ରହିଲେ କିଛି ହେବ ନାହିଁ !

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking