କଟକ: ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣା । ତେଲ ସରିଯିବା ଅଭିଯୋଗକୁ ଖଣ୍ଡନ କଲେ ଆମ୍ବୁଲାନ୍ସ ମାଲିକ । ତେଲ ଥିଲା, ଯାନ୍ତ୍ରିକ ତ୍ରୁଟି ପାଇଂ ଆମ୍ବୁଲାନ୍ସ ବନ୍ଦ ହୋଇ ଯାଇଥିଲା କହିଲେ । ଗାଡିରେ ପର୍ଯ୍ୟାପ୍ତ ତେଲ ଅଛି, ଆହୁରି ୨୫୦ରୁ ୩୦୦ କିମି ଯାଇପାରିବ । ଗାଡିକୁ ସଜାଡିବା ଓ ଆଣିବା ପାଇଁ ମେକାନିକ ଓ କ୍ରେନ ପଠାଇଛି । ସୂଚନା ଥାଉକି କେନ୍ଦ୍ରାପଡା ଅଞ୍ଚଳରେ ଜଣେ ଯୁବକ ବିଷ ପିଇ ଗୁରୁତର ହେବାରୁ ପରିବାର ଲୋକେ କଟକ ଏସସିବି ମେଡିକାଲକୁ ଆଣିଥିଲେ । ତେବେ ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ଯିବାବେଳେ କାଠଯୋଡୀ ନଦୀ ବ୍ରିଜ ଉପରେ ହଠାତ ପେଟ୍ରୋଲ ଶେଷ ହୋଇଯାଇଥିଲା ଫଳରେ କିଛି ସମୟ ପରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଆମ୍ବୁଲାନ୍ସ ରୁ ଅକ୍ସିଜେନ ବି ଶେଷ ହୋଇଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି ।










