ରାୟଗଡା: ରାୟଗଡା ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଶ୍ରୀମତୀ ଅନୁସୂୟା ମାଝୀଙ୍କ ନେତୃତ୍ଵରେ ରାୟଗଡ଼ା ନିର୍ବାଚନମଣ୍ଡଳୀ ଠାରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ସାରକା ଜିଲ୍ଲା ସଭାପତି,ରାୟଗଡ଼ା, ରଞ୍ଜିତ କୁମାର ପାଣିଗ୍ରାହୀ କାର୍ଯ୍ୟକାରୀ ସଭାପତି ରାୟଗଡା, ସୁଧୀର ଦାସ ରାଜ୍ୟ ସାଧାରଣ ସମ୍ପାଦକ ବିଜେଡି, ଜଗଦୀଶ ପାତ୍ର ସାଧାରଣ ସମ୍ପାଦକ ବିଜେଡି,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝୀ, ରାୟଗଡା ମୁନିସିପାଲିଟି ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରଜନୀ ମଣ୍ଡାଙ୍ଗି, ସୁଜାତା ମଣ୍ଡାଙ୍ଗି, କାଶୀପୁର ବ୍ଲକ ସଭାପତି ରତି ନାୟକ, ରାୟଗଡ଼ା ବ୍ଲକ ସଭାପତି ପ୍ରତାପ ପେଣ୍ଡେଣ୍ଟି , ଉଦୟ ହିମିରିକା ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି , ବିନାୟକ ପଲେଇ ଜିଲ୍ଲା ସାଧାରଣ ସମ୍ପାଦକ ଛାତ୍ର ବିଜେଡ଼ି, ସମସ୍ତ ମହିଳା ସରପଞ୍ଚ ଏବଂ ସମିତି ସଭ୍ଯାଗଣଙ୍କ ଉପସ୍ଥିତିରେ ଅତିରିକ୍ତ ମାଜିଷ୍ଟ୍ରେଟ ଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି।










